Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳିକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର:ଯାଜପୁର ସଦର ଥାନା ଅନ୍ତର୍ଗତ ଶିମିଳିଆ ପଞ୍ଚାୟତ ତଥା ଗ୍ରାମରେ ନବନିର୍ବାଚିତ ୱାର୍ଡ ସଭ୍ୟ ପ୍ରଶାନ୍ତ ନାୟକଙ୍କ ନାମରେ ଛେଳିକୁ ଦୁଷ୍କର୍ମଭଳି ସଙ୍ଗିନ ଅଭିଯୋଗ ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ ଶିମିଳିଆ ଗ୍ରାମର ପ୍ରମିଳା ନାୟକ ନିଜ ଘର ଠାରୁ ଅଳ୍ପ ଦୂରରେ ବନ୍ଧା ହୋଇଥିବା ଛେଳିକୁ ଆଣିବାକୁ ଯିବା ସମୟରେ ବନ୍ଧା ଯାଇଥିବା ଜାଗାଠାରୁ ଅଳ୍ପ ଦୂରରେ ଥିବା ଜଙ୍ଗଲିଆ ସ୍ଥାନରେ ସେହି ଗ୍ରାମର ପ୍ରଶାନ୍ତ ଏକ ଛେଳିକୁ ମାଡିବସି ଦୁଷ୍କର୍ମ କରୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପାଖ ପଡ଼ିଶାଙ୍କୁ ଡାକ ପକାଇବାରୁ ଘଟଣା ସ୍ଥଳରୁ ଛେଳିକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଅଭିଯୁକ୍ତ ପ୍ରଶାନ୍ତ ଦୌଡ଼ି ପଳାଇଥିଲେ। ମୁର୍ମୁଷ ଅବସ୍ଥାରେ ଛେଳିଟିକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ| ସେଠାରେ ଉପସ୍ଥିତ ଥିବା କର୍ମଚାରୀ ରବିବାର ଥିବାରୁ ଛୁଟି ଅଛି ତେଣୁ ପ୍ରଥମେ ଥାନାରେ ଅଭିଯୋଗ କରି ଆସନ୍ତା କାଲି ଆସିବାକୁ ପରାମର୍ଶ ଦେଇଥିଲେ। ଏନେଇ ପ୍ରମିଳା ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ କରି ଛେଳିକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ଯାଜପୁର ସଦର ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ