Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ଭୁତଳ ଜଳ ବିଭାଗରେ ଅନୈତିକ ଅବହେଳା ବିରୋଧରେ ଧାରଣା !

ବଲାଙ୍ଗୀର : ଭୁତଳ ଜଳ ବିଭାଗରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଆସୁଥିବା ଅନୈତିକ ଅବହେଳା, ଶୋଷଣ ଓ ଅଧିକାରୀମାନଙ୍କ ଦାୟିତ୍ୱହୀନ ଆଚରଣ ବିରୋଧରେ ଆଜି ବଲାଙ୍ଗୀର ଜିଲ୍ଲା ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି ।
ସମୃକ୍ତ ବିଭାଗର ପରାମର୍ଶଦାତା ତପନ କୁମାର ହୋତାଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଡିଭିଜିନାଲ୍ ଓ ଖଣ୍ଡିୟ ଅଧିକାରୀମାନେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନରେ ଦୀର୍ଘଦିନ ଧରି ଅବହେଳା କରି ଏହାର ନିଜସ୍ୱ ଲାଭ ପାଇଁ ସହାୟତା ରାଶି ପ୍ରଦାନରେ ବିଳମ୍ବ କରାଯାଉଥିବା ଧାରଣାରେ ବସିଥିବା ହିତାଧିକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ଏଥିସହ ଗତ ୨ ଜୁଲାଇ ୨୦୨୫ ରେ ଆଗାମୀ ୧୫ ଦିନ ମଧ୍ୟରେ ଭିତରେ ସମସ୍ୟାର ସାମଧାନ କରାଯିବାକୁ ନେଇ ଡାଇରେକ୍ଟରଙ୍କ ଦ୍ୱାରା ଲିଖିତ ପ୍ରତିଶୃତି ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ମୁତାବକ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ହିତାଧିକାରୀମାନେ ଅନନ୍ୟା ଉପାୟ ନପାଇ ଏହି ଧାରଣାରେ ବସିଥିବା କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ