Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଟିଲ୍ ଫ୍ଲାୱାର ପବ୍ଲିକ୍ ସ୍କୁଲରେ ଶିଶୁଦିବସ

ସମ୍ବଲପୁର/ଜୁଯୋମୁରା:ସ୍ଥାନୀୟ ଲିଟିଲ୍ ଫ୍ଲାୱାର ପବ୍ଲିକ୍ ସ୍କୁଲ୍ ରେ “ଶିଶୁଦିବସ” ଆଡମ୍ବର ସହିତ ପାଳନ କରାଯାଇଛି। ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନେପାଲ ପ୍ରଧାନ ସଭାପତିତ୍ବ କରିଥିଲେ ଓ ସାଧାରଣ ସଂପାଦିକା ଶ୍ରୀମତୀ ରୁବୀ ଦେହୁରୀ ଉପସ୍ଥିତ ରହିଥିଲେ । ଏହି ଅବସର ରେ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୌଡ଼ ପ୍ରତିଯୋଗିତା ରେ ଆୟାଂଶ ଲୁଗୁନ୍, ସ୍ବରାଜ ସାଇ ରାଣା, ସଚିକା ନାଗ୍ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଷ୍ଟୋରୀ ଟେଲିଂ ରେ ପ୍ରଣିଶ ଗର୍ତିଆ, ସାଇ ସମର୍ଥା ଅମାନ୍ତ, ସିଧୁ ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧି ଗ୍ରହଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଆଲିଶା ତିରୁ, ରାଜସ୍ମିତା ପୁଟା, ଯତୀନ ସମାର୍ଥା ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧି ଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତା (ସିନିୟର୍)ରେ ତନିସ୍କା ଶତପଥୀ , ଅର୍ଣ୍ଣବ୍ ଦେହୁରୀ, କନିଶ୍କା ଅଗ୍ରୱାଲ ଓ (ଜୁନିଅର୍) ରେ ସାନଭି ପ୍ରଧାନ, ପନ୍ୟାଶ୍ରୀ ପ୍ରଧାନ, କ୍ରୀଷ୍ଣା ମାଝୀ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧି ଗ୍ରହଣ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ସୁଶ୍ରୀ ଙ୍କ ଦ୍ବାରା ଧନ୍ୟବାଦ୍ ଅର୍ପଣ କରା ଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ଏବଂ ଏହି ଅବସର ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ