ହୀରାକୁଦ ବ୍ଲଡ ଡୋନର୍ସ ଗ୍ରୁପର ରକ୍ତଦାନ ଶିବିର

ସମ୍ବଲପୁର:ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ତରଫରୁ ଆଜି ହୀରାକୁଦ ସ୍ଥିତ ଦୁର୍ଗମନ୍ଦିର ଛକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସର୍ବମୋଟ 82 ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥିଲା । ଗ୍ରୀଷ୍ମ କାଳୀନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାରୁ ଏହି ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀ ଓ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର ସଭାପତି ଶ୍ରୀ କରୁଣାକର ବିଶାଳ, ଜଗଦୀଶ ମିଶ୍ର , ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର କର୍ମକର୍ତା ଶ୍ରୀ ହରେକୃଷ୍ଣ ବେହେରା କେ.ସାଇପ୍ରସଦ ରାଓ,ଯୋସେଫ ପ୍ରଧାନ,ମନୋଜ ପ୍ରଧାନ ପ୍ରତିମା ପ୍ରଧାନ , ଝୁନୀ ପଣ୍ଡା, ,ଗୀତାଞ୍ଜଳି ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ ।