Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରି ପାଚିକା ମହାସଂଘର ପ୍ରସ୍ତୁତି ବୈଠକ

ଦକ୍ଷୀଣ ଓଡିଶା ପାଚକା ଓ ସହାୟିକା ମହାସଘ ତରଫରୁ ଗୁଡାରୀ ନିକଟ ନୁଆଁ ବସଷ୍ଟାଣ୍ଡ ଠାରେ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସଭାରେ ପାଚିକା ସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ – ବୃନ୍ଦାବନ ବିଡିକା – ଗୁଡାରୀ ବ୍ଲକ ସଭାପତି ମୁକ୍ତାଶବର ଅନlନ୍ୟ ଶହେ ରୁ ଉର୍ଦ୍ଧ୍ବ ପାଚିକା ମାନେ ଯୋଗଦେଇଥିଲେ। ଉକ୍ତ ସମ୍ମିଳନୀ ରେ ତେଇସି ଜଣକୁ ନେଇ କମିଟି ଗଠନ କରାଗଲା। ସଭାପତି ଭାବେ ମୁକ୍ତl ଶବର କୁଂ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା।
୨୦୨୩ ମେ ମାସ ରେ ଦାକ୍ଷିଣ ଓଡିଶା ପାଚିକା ଓ ସହାୟକ ସଂଘ ( AICCTU) ତରଫରୁ ପାଚିକା ଓ ସହାୟିକା ମାନକଂ ବିଭିନ୍ନ ସମସ୍ୟା କୁ ନେଇ ଗୁଣପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ କରାଯାଉ l
ମଧ୍ୟାହ୍ନ ଭୋଜନ କୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ବଳି ଘରୋଇ ସଂସ୍ଥା କୁ ଦେବା ବଦଂ କରାଯାଉ।
ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରାଯାଉ।
ସମସ୍ତ ପାଚିକା ଓ ସହାୟିକା ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରାଯାଉ।
ପାଚିକା ଓ ସହାୟକ ମାନଙ୍କୁ ମାସିକ ଚବିଶି ହଜାର ଟଙ୍କା ପ୍ରଦାନ କରାଯାଉ।

ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ଲାଗୁ କରାଯାଉ।
ପାଚିକା ଓ ସହାୟକ ମାନଙ୍କୁ ବର୍ଷ କୁ ଦୁଇ ଗୋଟି ସୁତା ଲୁଗା ଯୋଗାଇ ଦିଆଯାଉ
ପାଚିକା ମାନକୁଂ ଛୁଟି ନେବାର ବ୍ୟବସ୍ଥା କରାଯାଉ।
ଅବସର କାଳୀନ ବାଦ ପଡିଥିବା ପାଚିକା ମାନକୁଂ ଭତ୍ତା ପ୍ରଦାନ କରାଯାଉ।
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ ବୃଦ୍ଧି ପାଇ ବ୍ୟବସ୍ଥା କରାଯାଉ।
ନୁତନ ଶିକ୍ଷା ନୀତି କୁ ବାତିଲ୍ କରାଯାଉ।
ନୁତନ ଭାବେ ନିଯୁକ୍ତି ପାଉଥିବା ପାତିକା କୁଂ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ।
୨୦୦୯ ଡିସେମ୍ବର ରୁ ୨୦୧୨ମାର୍ଚ ପର୍ଯ୍ୟନ୍ତ କାମ କରୁଥିବା ସମସ୍ତ ପାଚିକା ଓ ସହାୟିକା କଂ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ମୃତ୍ୟୁ କଂ ଉତ୍ତରାଧିକାରୀ କୁଂ ୨୮ ମାସର ବକେୟା ଟକାଂ ପ୍ରଦାନ କରାଯାଉ।
ଉକ୍ତ କାର୍ଯ୍ୟକ୍ରମରେଉପସ୍ଥିତ ଥିଲେ ମୁକ୍ତl ଶବର (ସଭାପତି ) ଲଳିତା ଶବର,ଜମୁନା ଉଇକା,ସେବତୀ ଶବର,ଉର୍ମିଲା ଶବର,ମିନା ଦାସ,ଶାନ୍ତି ଶବର (ସମ୍ପାଦକ),ସବିତା ଶବର
ଶୈଲେନ୍ଦ୍ରା ଶବର ।କାର୍ଯ୍ୟକ୍ରମ କୁ ଏ ଆଇ ସି ଟି ୟୁ ର ସଭାପତି ତ୍ରୀପତି ଗମାଙ୍ଗ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ