Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ଧନୁଯାତ୍ରା କଳାକାର ଚୟନ କମିଟି ରେ ସମ୍ବଲପୁରର ପ୍ରଦୀପ କୁମାର ପଣ୍ଡା

ସମଲପୁର:ଓଡ଼ିଶା ସରକାର ଏବଂ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୨୦୨୫-୨୦୨୭ ତିନି ବର୍ଷ ପାଇଁ କଳାକାର ଚୟନ ପ୍ରକ୍ରିୟା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ରେ ୧୫ -୧୧-୨୦୨୫ ରୁ ୧୭-୧୧-୨୦୨୫ ରେ ଶେଷ ହୋଇଯାଇଅଛି। ଓଡ଼ିଆ ଭାଷା ସଂସ୍କୃତି ବିଭାଗ, ଧନୁଯାତ୍ରା କମିଟି ଏବଂ ଜିଲ୍ଲା ପ୍ରଶାସନ ବିଭିନ୍ନ ଜିଲ୍ଲାରୁ ପାଞ୍ଚ ଜଣ ବରିଷ୍ଠ ଅଭିଜ୍ଞ ସୁଦକ୍ଷ ବିଚାରକଙ୍କ ଚୟନ କରିଥିଲେ। ଏହି ଚୟନ କମିଟି ରେ ସମ୍ବଲପୁରର ବରିଷ୍ଠ ଓଡ଼ିଆ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ କୁମାର ପଣ୍ଡା ସ୍ଥାନ ପାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ସମ୍ବଲପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ମଞ୍ଚ ନାୟକ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ପଚାଶ ବର୍ଷ ରୁ ଊର୍ଦ୍ଧ୍ବ ସମୟ ହେଲା ମଞ୍ଚ ନାଟକ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଭ୍ୟ , ଓଡ଼ିଶା ନାଟ୍ୟ ସଂଘର ପଶ୍ଚିମ ପ୍ରାନ୍ତ ଉପସଭାପତି ଥିବା ଶ୍ରୀ ପଣ୍ଡା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସମ୍ମାନ ସହ ଏକାଧିକ ସମ୍ମାନ ରେ ସମ୍ମାନିତ । ଧନଯାତ୍ରା ମହୋତ୍ସବ ଚୟନ କମିଟି ରେ ବିଚାରକ ହେବା ମୋ ପାଇଁ ଏକ ଆହ୍ବାନ ଏବଂ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ସୁବାସ ପ୍ରଧାନ, ମିହିର ମେହେର, ପରମେଶ୍ୱର ମୁଣ୍ଡ ଓ ସୁଜିତ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ