ପୁଣି ଦନ୍ତା ହାତୀର ମୃତ୍ୟୁ
ସମ୍ବଲପୁର: ରେଢ଼ାଖୋଲ ଡ଼ିଏଫଓ ଅଧୀନରେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥବା ଘଟଣା ନଜରକୁ ଆସିଛି।ଏହି ଦନ୍ତା ହାତୀର ବୟସ ପାଖାପାଖି ୨୦ ବର୍ଷ ହେବ।
ମିଳିଥିବା ସୂଚନା ମତେ ବଡବାହାଲ ରେଞ୍ଚର ବଡ଼କୁଡା ଜଙ୍ଗଳ ରେ ଏକ ଦନ୍ତା ହାତୀ ମରିପଡ଼ିଥିବାର ସୂଚନା ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ନିଜ ନିୟନ୍ତ୍ରଣରେ ରଖି ପଚରା ଉଚୁରା ଆରମ୍ଭ କରିଛନ୍ତି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବନ ବିଭାଗ ଏହାର ତଦନ୍ତ କରୁଛି।

