Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ଧାରରୁ ଆଲୋକ ଆଡ଼କୁ ନିଏ ପୁସ୍ତକ : ଅଧ୍ୟାପକ ଅଖିଳ ବିଶ୍ୱାଳ

ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜ ର ପାଠାଗାର ସମିତି ତରଫରୁ ନିଜସ୍ଵ କାର୍ଯ୍ୟାଳୟ ଗୃହଠାରେ ପୁସ୍ତକ ସପ୍ତାହ ପାଳନ କରାଯାଇଥିଲା l ଅନୁଷ୍ଠାନର ସଭାପତି ଡ.
ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ବରେ ଅୟୋଜିତ କାର୍ଯ୍ୟକ୍ରମରେ ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଅଖିଲ ବିଶ୍ଵାଳ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l
ମୁଖ୍ୟ ବକ୍ତା ଶ୍ରୀ ବିଶ୍ଵାଳ ନିଜର ବକ୍ତବ୍ୟରେ କହିଲେ ଜ୍ଞାନୀ ଲୋକମାନଙ୍କ ଶକ୍ତି ହେଉଛି ପୁସ୍ତକ l ଦୁଷ୍ଟ ପ୍ରକୃତିର ଲୋକମାନେ ପୁସ୍ତକକୁ ଧ୍ଵଂସ କରିଦେଇ ସତ୍ୟକୁ ଲୁଚେଇ ଦେବାକୁ ଚେଷ୍ଟା କରୁଥିଲାବେଳେ ବିଜ୍ଞ ଜନଙ୍କୁ ପୁସ୍ତକ ରାସ୍ତା ଦେଖାଇବାରେ ସହଯୋଗ କରିଥାଏ l ଏ ସଂସାର ବିକାଶ,ପରିବର୍ତ୍ତନ ଦିଗରେ ପୁସ୍ତକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି l ଶୂନ୍ୟରୁ ପୂର୍ଣ୍ଣତା ଆଡ଼କୁ ନେଇଯାଇ ସମାଜକୁ ଦିଗ୍ଦର୍ଶନ କରିଥାଏ ପୁସ୍ତକ l ଯେତେ ବୈଷୟିକ ପରିବର୍ତ୍ତନ ହେଲେ ସୁଦ୍ଧା ପୁସ୍ତକର ଗୁରୁତ୍ଵ କଦାପି ହ୍ରାସ ପାଇବ ନାହିଁ l ମୁଖ୍ୟ ଅତିଥି ନିଜର ଭାଷଣରେ କହିଲେ ବହି ସହୟତା ଦ୍ଵାରା ଜଣେ ଅତି ନିମ୍ନ ସ୍ତରରୁ ଉର୍ଦ୍ଧ୍ୱ ସ୍ତରକୁ ପହଞ୍ଚିପାରେ l ପାଠାଗାର ସମିତି ଆବାହକ ଡ଼. ସତ୍ୟ ନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବେଳେ ତଫିଜୁଲ ହୁସେନ୍ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଦ୍ଵିତୀୟ ପର୍ଯ୍ୟlୟ ରେ କଵି କ୍ଷେତ୍ରମଣୀ ବିଭାରଙ୍କ ସଂଯୋଜନାରେ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ କଵି ସନ୍ତୋଷିଣୀ ବାବୁ, ଅନୁପମା ବିଶ୍ଵାଳ, ମମତା ନାଥ, ଅଳକା ମହାପାତ୍ର, ସବିତା ମିଶ୍ର ମୁକ୍ତାକଣ୍ଠ ପ୍ରଧାନ, ସୂର୍ଯ୍ୟ ପାଣିଗ୍ରାହୀ,ପୁଟୁଲ ସୁପ୍ରିୟା ଦାସ, ପ୍ରଭଞ୍ଜନ ପୁରୋହିତ, ପଙ୍କଜିନୀ ନାୟକ, ସନାତନ କଟl, କମଳ ଲୋଚନ ପଣ୍ଡା, ଆଭାସ ପଣ୍ଡା, ପ୍ରଦୀପ ଯୋଶୀ, ଲଳିତ ମୋହନ ବେବର୍ତ୍ତl,ଜୟକୃଷ୍ଣ ବେହେରା, ତଫିଜୁଲ ହୁସେନ୍ ପ୍ରମୁଖ କବିତା ପାଠ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ