Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପାଙ୍କ ଜନ୍ମ ବାର୍ଷିକୀରେ ପୁଅ ନେଲେ ଶପଥ ପାଠ ; ଏବେ ନୂଆପଡାର ଭାର ସମ୍ଭାଳିବେ ଜୟ ଢୋଲକିଆ

ନୂଆପଡା;୨୦|୧୧: ଆଜି ଶପଥ ପାଠରେ ଜୟ ଢୋଲକିଆ | ନିର୍ବାଚନର ଫଳ ପରେ ଏବେ ଶପଥ ଗ୍ରହଣ କରିବାର ସମୟ ଆସିଛି | ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିଥିଲେ। ଜୟ ନିଜର ଶପଥ ଗ୍ରହଣ କରିବା ସମୟରେ ତାଙ୍କ ପାଖରେ ତାଙ୍କ ମା ଏବଂ ତାଙ୍କ ପତ୍ନୀ ପାଖରେ ଉପସ୍ଥିତ ଥିଲେ | ଏହି ଶପଥ ଗ୍ରହଣରେ ସେ ନୂଆପଡାକୁ ବିକାଶ ପଥରେ ଆଗେଇ ନେବେ ବୋଲି କହିଛନ୍ତି |

ସବୁଠାରୁ ଆଶ୍ଚଯ୍ୟର କଥା ଏହି କି ଯେ ଜୟ ଢୋଲକିଆଙ୍କ ବାପା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ଯିଏକି ଜଣେ ପୂର୍ବରୁ ବିଜେଡି ଦଳର ନେତା ଭାବରେ ପରିଚିତ ଥିଲେ ତାଙ୍କର ଆଜି ଜନ୍ମ ବାର୍ଷିକୀ | ଏହାର ଅର୍ଥ ତାଙ୍କର ପିତାଙ୍କ ଜନ୍ମ ବାର୍ଷିକୀରେ ସେ ନୂଆପଡାର ଭାରକୁ ସମ୍ଭାଳିବା ପାଇଁ ଶପଥ ଗ୍ରହଣ କରିଛନ୍ତି | ଏହି ଅବସରରେ ଜୟ ଢୋଲକିଆ କହିଛନ୍ତି ଯେ , ସେ ଆଜି ବହୁତ ଖୁସି କି ତାଙ୍କ ବାପାଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଏହି ଶପଥ ଗ୍ରହଣ କରିବାର ସୁଯୋଗ ମିଳିଲା | ସେ ସମସ୍ତଙ୍କୁ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଏବଂ ସମସ୍ତ ବିଜେପି କର୍ମୀମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି କି ତାଙ୍କୁ ଏହି ସ୍ମରଣୀୟ ଦିନରେ ଶପଥ ପାଠର ସୁଯୋଗ ଦେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ