Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

RCB ପ୍ଲେ ଅଫରୁ ବାଦ୍ ପଡ଼ିବାରୁ ଚିହିଁକି ଉଠିଲେ ପ୍ରଶଂସକ, ଗିଲଙ୍କ ଭଉଣୀ ଏବଂ ପରିବାରକୁ କହିଲେ ଅପଶବ୍ଦ

ନୂଆଦିଲ୍ଲୀ: ରବିବାର ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପରାଜୟ ପରେ ଚିହିଁକି ଉଠିଛନ୍ତି ଏହି ଫ୍ରାଞ୍ଚାଇଜିର ପ୍ରଶଂସକ। ଗିଲଙ୍କ ପ୍ରହାରରେ ଧରାଶାୟୀ ହେବା ପରେ ଆରସିବି ଏତେ ତଳକୁ ଖସି ଗଲେ ଯେ, ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିବାକୁ ପଛେଇ ନଥିଲେ। ପ୍ଲେ ଅଫରେ ପହଞ୍ଚିବା ପାଇଁ ଆରସିବିକୁ ଶେଷ ମ୍ୟାଚ୍ ଜିତିବା ନିହାତି ଜରୁରୀ ଥିଲା। ବିରାଟ କୋହଲି ଶତକ ହାସଲ କରି ପ୍ରଶଂସକଙ୍କ ଆଶା ବଢାଇଥିଲେ। ହେଲେ ଶୁଭମନ ଗିଲ୍ ଗୁଜରାଟ୍ ଟାଇଟନ୍ସ ପକ୍ଷରୁ ଲଗାତାର ଦ୍ଵିତୀୟ ଶତକ ହାସଲ କରି କୋହଲି ଏବଂ ତାଙ୍କ ପ୍ରଶଂସକଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର କରି ଦେଲେ। ଆରସିବିର ପରାଜୟ ପରେ ଏହାର ପ୍ରଶଂସକ ଗିଲଙ୍କ ଭଉଣୀ ସହନୀଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଖୁବ୍ କମେଣ୍ଟ କରିଛନ୍ତି।

ସହନୀଲ ନିଜର ଶେଷ ଇନଷ୍ଟା ପୋଷ୍ଟ ୨୦୨୩ ଏପ୍ରିଲ ୨୨ରେ କରିଥିଲେ। ଏହି ସମୟରେ ସେ ନିଜ ଭାଇ ଶୁଭମନ ଗିଲଙ୍କୁ ଦେଖିବା ପାଇଁ ଲକ୍ଷ୍ନୌର ଇକାନା ଷ୍ଟାଡିୟମ ଆସିଥିଲେ। ସହନୀଲଙ୍କ ଏହି ପୋଷ୍ଟ ଉପରେ ଆରସିବିର ପ୍ରଶଂସକ ଆଶାଳୀନ ଟିପ୍ପଣୀ କରିବା ସହ ଗିଲଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ଅପଶବ୍ଦ କହିଥିଲେ। ଏହ ସମୟରେ ଆରସିବିର କିଛି ଭଲ ପ୍ରଶଂସକ ଖରାପ ଟିପ୍ପଣୀ କରୁଥିବା ପ୍ରଶଂସକଙ୍କୁ ଶାନ୍ତ ରହିବାକୁ କହିଥିଲେ। ଅନେକ ମଧ୍ୟ ଏହାର ସମାଲୋଚନା କରିଥିଲେ।

ଗିଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ସୁପରଷ୍ଟାର କୁହାଯାଉଛି। ଏମିତିରେ ଗିଲ୍ ଏବଂ ତାଙ୍କ ପରିବାର ପ୍ରତି ଏମିତି ଆଶାଳୀନ ବ୍ୟବହାର କଦାପି ଗ୍ରହଣୀୟ ନୁହେଁ। ଗୋଟିଏ ପଟେ ସାମାଜିକ ଗଣମାଧ୍ୟମରେ କୋହଲି ଏବଂ ଗିଲର ପ୍ରଶଂସକ ପରସ୍ପର ଭିତରେ ଲଢେଇ କରୁଥିବା ବେଳେ ଅନ୍ୟପଟେ କୋହଲି ଶୁଭମନ ଗିଲଙ୍କ ଏହି ଶତକର ପ୍ରଶଂସା କରିଛନ୍ତି। କୋହଲି ମ୍ୟାଚ୍ ପରେ ଗିଲଙ୍କୁ ସାବାସି ଦେବା ସହ ଆଲିଙ୍ଗନ କରିଛନ୍ତି। ଉଲ୍ଲେଖନୀୟ ଏହି ମ୍ୟାଚରେ କୋହଲି ବି ଶତକ ହାସଲ କରିଥିଲେ। ହେଲେ ଏହା ଦଳ ପାଇଁ ପର‌୍ୟ୍ୟାପ୍ତ ନଥିଲା।