Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାନ୍ଧ ଶିଳ୍ପୀ ତଥା ସମ୍ବଲପୁରୀ ଶାଢ଼ୀର ସଂସ୍ଥାପକ ରାଧାଶ୍ୟାମ ମେହେରଙ୍କ ଜୟନ୍ତୀକୁ ଏବିସିଡ଼ି ଚାରିଟାଵଲ ଟ୍ରଷ୍ଟ ପାଳିଲା ବାନ୍ଧ ଦିବସ ରୂପେ

ସମ୍ବଲପୁର: ଗୁରୁବାର ଦିନ ସମ୍ବଲପୁରର ତପସ୍ୱିନୀ ହଲ୍‌ରେ ବାନ୍ଧ ଶିଳ୍ପୀ ତଥା ସମ୍ବଲପୁରୀ ଶାଢ଼ୀର ସଂସ୍ଥାପକ ରାଧାଶ୍ୟାମ ମେହେରଙ୍କ ଜୟନ୍ତୀକୁ ଏବିସିଡ଼ି ଚାରିଟାଵଲ ଟ୍ରଷ୍ଟ ଦ୍ଵାରା ‘ବାନ୍ଧ ଦିବସ’ ରୂପେ ପାଳନ କରାଯାଇଛି। ଏହି ଅବସରରେ ଟ୍ର୍ରଷ୍ଟ ସଭାପତି ରାଜେନ୍ଦ୍ର ସତନାମୀ ସ୍ୱାଗତ ଅଭିଭାଷଣ ରଖି ରାଧାଶ୍ୟାମ ମେହେରଙ୍କ ଜୟନ୍ତୀକୁ ‘ବାନ୍ଧ ଦିବସ’ ରୂପେ ପାଳନ କରିବା ନିଷ୍ପତ୍ତି ପାଇଁ ଗର୍ବ ଅନୁଭବ କରିବା ସହ ସମସ୍ତଙ୍କୁ ଏହି ମହାନ ଶିଳ୍ପୀଙ୍କୁ ସମ୍ମାନ ଜଣାଇବା ପାଇଁ ଆହ୍ୱାନ ଦେଇ ସବୁବେଳେ ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରିବା ରେ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଉରି ନାୟକ ପୂର୍ବତନ ବିଧାୟକ, ରେଙ୍ଗାଲି, ସ୍ୱତନ୍ତ୍ର ଅତିଥି ଭାବେ ଗିରିଶ ପଟେଲ ଜିଲ୍ଲା ସଭାପତି, ବି.ଜେ.ପି, ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ର ମେହେର, ଡ଼କ୍ଟର ସୁବାଷ ମେହେର ଏବଂ ରାଧାଶ୍ୟାମ ମେହେରଙ୍କ ନାତି ପ୍ରଦୀପ ମେହେର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ସୁରେନ୍ଦ୍ର ମେହେର (ଜାତୀୟ ପୁରସ୍କାର ପ୍ରାପ୍ତ) ରାଧାଶ୍ୟାମ ମେହେରଙ୍କ ନୀତି ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଦ୍‌ବୋଧନ ଦେଇଥିଲେ। ଅଧିବେଶନ ର ଦ୍ୱିତୀୟ ପର୍ଯ୍ୟାୟ ରେ , ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ସମ୍ମାନିତ ଅତିଥି ଭାବେ ଡ଼କ୍ଟର ସୁରେନ୍ଦ୍ର ମେହେର ଓ ରାମକୃଷ୍ଣ ମେହେର ଯୋଗ ଦେଇଥିଲେ ।
ବାନ୍ଧକଳାରେ ନିପୁଣତା ପାଇଁ ପଦ୍ମଶ୍ରୀ ଚତୁର୍ଭୁଜ ମେହେର,ଡ଼କ୍ଟର ସୁରେନ୍ଦ୍ର ମେହେର ଏବଂ ରାମକୃଷ୍ଣ ମେହେର ଙ୍କୁ ରାଧାଶ୍ୟାମ ମେହେର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ସଂଗଠନ ଓ ସମାଜସେବୀ ଏବଂ ସମ୍ବଲପୁରୀ ଭାଷା ଓ ହସ୍ତତନ୍ତର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ସୋସିଆଲ ମିଡ଼ିଆ ବନ୍ଧୁ ଓ ବ୍ଲଗର୍‌ମାନଙ୍କ ସହିତ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ପ୍ରତିଯୋଗିତା ବିଜେତାଙ୍କୁ ସମ୍ମାନିତ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ରାଧାଶ୍ୟାମ ମେହେରଙ୍କ ପାରମ୍ପରିକ ବସ୍ତ୍ର ପିନ୍ଧି କରାଯାଇଥିବା ରେମ୍ପ ଶୋ’ ତାଙ୍କ ଉଜ୍ଜୀବିତ କଳା ନିଖୁଣତାକୁ ଦର୍ଶାଇଥିଲା। ଶେଷ ସମୟରେ କୁନି କଳାକାରଙ୍କ ଅଦ୍ଭୁତପୂର୍ବ ନିପୁଣତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ମାସୁଦ ଆଲମ, ତନ୍ମୟ ବାରିକ, ଗୋପରଞ୍ଜନ କୁମ୍ଭାର, ଆୟୁଷ ମେହେର, ମୁକେଶ ମେହେର, ପରକ୍ଷିତ ମେହେର, ଶୁଶାନ୍ତ କେୟତ,ତର୍ପଣ ପ୍ରଧାନ, ଶ୍ରୀମନ୍ତିକା ଦାସ,ଇତ୍ୟାଦି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବାନ୍ଧ ଶିଳ୍ପୀ ତଥା ସ୍ୱାଧୀନତା ସଂଗ୍ରାମୀ ରାଧାଶ୍ୟାମ ମେହେର ଙ୍କ ନାତି ପ୍ରଦୀପ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ