୨୩ରେ ସମ୍ବଲପୁରୀ ରାମଳୀଲା : ସୀତା ହରନ୍ ରାବନ୍ ମରନ୍
ସମ୍ବଲପୁର:୨୧/୧୧: ଆସନ୍ତା ୨୩ ନଭେମ୍ବର ୨୦୨୫ ସମ୍ବଲପୁର ମହୋତ୍ସବ ତରଫରୁ ଏକ ଦିନିଆ ରାମଲୀଳା ବୀର୍ସା ମଇଦାନ ପିଏଚ୍ଡି ପଡ଼ିଆ ଠାରେ ସନ୍ଧ୍ୟା ୬ଘଣ୍ଟା ୩୦ମି.ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ “ସୀତା ହରନ୍ ରାବନ୍ ମରନ୍” ସମ୍ବଲପୁରୀ ଭାଷାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମଟିକୁ “ଦ୍ୱାରିକାନାଥ ସାଂସ୍କୃତିକ ପରିଷଦ” ଅର୍ନ୍ତଡା, ବିନିକା ତଥା “ଏକତା ଅନ୍ୱେଷା” ଜନମଙ୍ଗଳ ଅନୁଷ୍ଠାନ, ଗୁଲୁଣ୍ଡା, ମାନେଶ୍ୱର, ମିଳିତ ଭାବରେ ପରିବେଷଣ କରିବେ । ରାବଣ ଭୂମିକାରେ ପଶ୍ଚିମଓଡ଼ିଶାର ବିଶିଷ୍ଟ ଲୀଳା ନାଟକ ଅଭିନେତା ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପଣ୍ଡା ଅଭିନୟ କରୁଥିବା ବେଳେ ଅଧ୍ୟାପକ ତୁଷାରରଞ୍ଜନ ବାରିକ୍ ଶ୍ରୀରାମ ଭୂମିକାରେ ଓ ମାତା ସୀତା ଭୂମିକାରେ ସୁଶ୍ରୀ ପ୍ରିୟଙ୍କା ପି୍ରୟଦର୍ଶିନୀ ପ୍ରଧାନ ଅଭିନୟ କରିବେ ।
ଏହି କାର୍ଯ୍ୟକ୍ରମଟି ସମ୍ବଲପୁର ମହୋତ୍ସବ ପକ୍ଷରୁ ଅନୁଷ୍ଠିତ ହେବ।

