ହଳଦୀରେ ପ୍ରକୃତି ପରିବେଶ ସୁରକ୍ଷା ସମ୍ପର୍କିତ କର୍ମଶାଳ ଅନୁଷ୍ଠିତ । ।
ବଲାଙ୍ଗୀର: ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ମୁଖ୍ୟାଳୟସ୍ଥିତ ବୀର ସୁରେନ୍ଦ୍ର ସାଏ ମାଧ୍ୟମିକ ମହାବିଦ୍ୟାଳୟ ରେ ୟୁଥ୍ ଫର୍ ନେଚର୍ ଏବଂ ଏନଭାରମେଣ୍ଟାଲ୍ ପ୍ରୋଟେକ୍ସନ୍ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଫାଉଣ୍ଡେସନ୍ ଫର୍ ଇକଲୋଜିକାଲ୍ ସିକ୍ୟୁରିଟି ଏଫ୍ଇଏସ୍ ଦ୍ୱାରା ଅନୁଷ୍ଠିତ ଏହି କର୍ମଶାଳାରେ ବୀର ସୁରେନ୍ଦ୍ର ସାଏ କଲେଜ ଅଧ୍ୟକ୍ଷ ଅନିଲ କୁମାର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସଭାପତିତ୍ୱ କରିଥିଲେ ।
ସେହିପରି ଏଥିରେ ଏଜୁକେସନ୍ ବିଭାଗର ରାଧେଶ୍ୟାମ ବାଗ, ଇଂଲିଶ ବିଭାଗର ସରପଞ୍ଚ ପଧାନ , ବ୍ଲକ୍ କୃଷି ଅଧିକାରୀ ଶ୍ରୀଯୁକ୍ତ ଗୁଲସନ କୁମାର ମହନ୍ତ, ଯୁବାପିଢ଼ି ସଂଘ, ଗମ୍ଭାରୀଖୋଲା ମନିଟର ଏବଂ ଏଫ୍ଇଏସ୍ ମାଷ୍ଟର ଟ୍ରେନର ଭାରତୀ ଗହୀର ସଭା ପରିଚାଳନା କରିଥିଲେ ।
ଏହି ଅବସରରେ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ି ଆଗେଇ ଆସିବାକୁ ଅତିଥିଗଣ ଆହ୍ୱାନ ଦେଇଥିଲେ ।
କାଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କୁ ନେଇ ଏକ ହ୍ୱାଟ୍ସଏପ୍ ଗ୍ରୁପ ଖୋଲା ହୋଇଥିଲା ।
କାଯ୍ୟକ୍ରମରେ ମାଷ୍ଟର ଟ୍ରେନର ଚି଼ନେଶ୍ୱର ପୁଟେଲ ସହଯୋଗ କରିଥିଲେ ।

