Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ; ବିଧାୟକ ସୁଶାନ୍ତ ସିଂଙ୍କୁ ମିଳିଲାନି ମନ୍ତ୍ରୀପଦ,ଅସନ୍ତୋଷ ବ୍ୟକ୍ତ କଲେ ସମର୍ଥକ

ଭୁବନେଶ୍ୱର: ଆଜି ନୂଆ ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ବେଳେ ସେପଟେ ଦଳରେ ଅସନ୍ତୋଷ ଦେଖାଦେଇଛି। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ଯେଉଁ ଆଶାୟୀ ପ୍ରାର୍ଥୀ ଏଥିରୁ ବାଦ ପଡ଼ିଛନ୍ତି ସେମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ବରିଷ୍ଠ  ନେତା ତଥା ଭଟ୍ଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ମିଳିଲାନି ମନ୍ତ୍ରୀପଦ। ନବ ଦାସଙ୍କ ମୃତ୍ୟୁ ପରେ ଯେଉଁ ପଦଟି ଖାଲି ଥିଲା ତାକୁ ନେଇ ଆଶୟୀ ଥିଲେ ସୁଶାନ୍ତ ସିଂ। ହେଲେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ସୁଶାନ୍ତ ସିଂଙ୍କୁ ପସନ୍ଦ ଆସିଲାନି। ପଶ୍ଚିମ ଓଡ଼ିଶାର ଜଣେ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ନେବା ସତ୍ତ୍ବେ ସୁଶାନ୍ତ ସିଂହଙ୍କୁ ମିଳିଲାନି କ୍ୟାବିନେଟ୍ ପାହ୍ୟା। ଏପରିକି ଆଜି ଶପଥ ଗ୍ରହଣ ଉତ୍ସବରେ ବି ସୁଶାନ୍ତ ଉପସ୍ଥିତ ନଥିଲେ।

ଏହାକୁ ନେଇ ସୁଶାନ୍ତ ସିଂ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ମନ୍ତ୍ରିମଣ୍ଡଳରୁ ସୁଶାନ୍ତ ବାଦ ପଡିବା ପରେ  ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଏହାକୁ ନେଇ ବରଗଡ଼, ବଲାଙ୍ଗିର, ସମ୍ବଲପୁରରେ ଅସନ୍ତୋଷ ସୃଷ୍ଟି ହେଲାଣି। ବିଜେପୁର ଭୋଟ୍ ବେଳେ ସୁଶାନ୍ତଙ୍କ କଥାକୁ ବିଶ୍ବାସ ରଖି ଦଳକୁ ଆସିଥିଲୁ । ଯଦି ନିଜେ ସୁଶାନ୍ତ ସୁରକ୍ଷିତ ନୁହଁନ୍ତି, ଆମେ କେଉଁ ଆଶାରେ ରହିବୁ ?’

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ