Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗକାରୀଙ୍କ ପ୍ରଶ୍ନବାଣ ରେ ଅଧିକାରୀ ଘାଇଲା ! କାଜୁ ଖାଇ ଆସିଛନ୍ତି ? ନାଁ ଲୋକଙ୍କ ଅଭିଯୋଗର ସମାଧାନ କରିବାକୁ ଆସିଛନ୍ତି କହି ଅଧିକାରୀଙ୍କୁ କଲେ ପ୍ରଶ୍ନ ।

ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ହରିଶଙ୍କର ସଭାଗୃହରେ ବଲାଙ୍ଗୀର ଜିଲ୍ଲାପାଳ ଏବଂ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ସଂପୃକ୍ତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଅଭିଯୋଗ ଶୁଣାଣୀ କରିଥିଲେ । ଏହି ଶିବିରରେ ଅନେକ ଅଭିଯୋଗ ହୋଇଥିବା ବେଳେ ପାଟଣାଗଡ଼ର ସାମ୍ବାଦିକ ପ୍ରହଲ୍ଲାଦ ପାଢ଼ୀ ମାଣ୍ଡିଆ ଦୁର୍ନୀତି ନେଇ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ସେ ଏହି ଅଭିଯୋଗ ଲଗାତାର ୩ ଥର କରିସାରିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ୍ ନିଆଯାଇନଥିବା କହି ଉପସ୍ଥିତ ଅଧିକାରୀଙ୍କୁ ” କାଜୁ ଖାଇ ଆସିଛନ୍ତି ନା’ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଆସିଛନ୍ତି ” କହି ପ୍ରଶ୍ନ କରିଥିଲେ । ତେବେ ସଂପୃକ୍ତ ଅଭିଯୋଗକାରୀଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା ହୋଇଥିବା ଦେଖିବାକୁ ମିଳିଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ଅତିରିକ୍ତ ଏସ୍ ପି ଗୁଣନିଧି ମଲ୍ଲିକ, ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ ,ଜିଲ୍ଲା ପରିଷଦ ସିଡ଼ିଓ ତରଣୀ ସୁନାଙ୍କ ସମେତ ଜିଲ୍ଲାର ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିଥିଲେ । ଶିବିରରେ ଜମି ପଟ୍ଟା, ଭତ୍ତା , ରାସନ୍ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଘର, ସରକାରୀ ଯୋଜନାର ଋଣ , ମନରେଗା ପାଉଣା, ପିଇବା ପାଣି, ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ, ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ବକେୟା ବିଲ୍ ଏବଂ ଦାଦନ ଶ୍ରମିକ ନିଖୋଜ ଇତ୍ୟାଦି ଅଭିଯୋଗ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ