Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ଗାନ୍ଧୀନଗର ପଡ଼ାରେ ଅଟୋ ଏବଂ ବାଇକ୍ କୁ ଘୋଷଡ଼ି ନେଲା କାର୍ ।

ବଲାଙ୍ଗୀର : ଆଜି ଅପରାହ୍ନ ୪ ଟାରେ ବଲାଙ୍ଗୀର ଗାନ୍ଧୀନଗର ପଡ଼ାରେ ଏକ କାର ସହ ବାଇକ୍ ଏବଂ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ସଂପୃକ୍ତ କାର ଏକ ବାଇକ୍ ଏବଂ ଏକ ଅଟୋକୁ କିଛି ଦୂର ଘୋଷାଡି ନେଇଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗୀର ଜ୍ୟୋତି ନଗରର ଇୟସ୍ ତ୍ରିପାଠୀ ନିଜ (ଓଡ଼ି 03 ଜେଡ୍ 1995) କାରକୁ ନିଜେ ଚଳାଉଥିବା ବେଳେ ସେ ବଲାଙ୍ଗୀର ଟାଉନ୍ ପଟୁ ସମ୍ବଲପୁର ରୋଡ଼ ଅଭିମୁଖେ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ବ୍ରାହ୍ମଣ ପଡ଼ାର ରିତିକ୍ ତରିଆ ତାଙ୍କ ସାମ୍ନା ପଟୁ ନିଜ ଅଟୋ (ଓଡି 15 ଏବି 1357) ରେ ଆସୁଥିଲେ । ଇୟସ୍ ନିଜ କାର ସାମ୍ନାରେ ଯାଉଥିବା ଏକ କାର କୁ ଗାନ୍ଧୀନଗର ପଡ଼ାର ବଜାଜ୍ ଶୋରୁମ୍ ସାମ୍ନାରେ ନିଜ କାରରେ ଓଭରଟେକ୍ କରୁଥିବା ବେଳେ ଇୟସ୍ ଙ୍କ କାର ସଂପୃକ୍ତ ଅଟୋକୁ ଦୃତ ଗତିରେ ଧକ୍କା ଦେଇ ଘୋଷାଡି ନେଇଥିଲା । ଏହି ସମୟରେ ସ୍ଥାନୀୟ ମାଲପଡ଼ାର ଦମ୍ପତି ଗୀତାଞ୍ଜଳି ସାହୁ ଏବଂ ସନ୍ତୋଷ ସାହୁ ଅଟୋ ପଛପଟେ ନିଜେ ତିଆରି କରୁଥିବା ନୂଆଁ ଘରୁ ପାଣି ଦେଇ ଫେରୁଥିଲେ । ଅଟୋକୁ କାର ଘୋଷାଡି ନେବା ଫଳରେ ଅଟୋ ଏବଂ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଥିବା ରୀତିକ୍ ଙ୍କ ସମେତ ୨ ସ୍ଵାମୀ ସ୍ତ୍ରୀ ସନ୍ତୋଷ ଏବଂ ଗୀତାଞ୍ଜଳି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଆହତ ମାନେ ଟାଉନ୍ ପୋଲିସ୍ ର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ