Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳଷଷ୍ଠୀ ଯାତ୍ରାର ଅନୁଧ୍ୟାନ ନେଇ ଜିଲ୍ଲାପାଳଙ୍କ ନନ୍ଦପଡା ପରିଦର୍ଶନ

ସମ୍ବଲପୁର: ଏଥର ଜମିବ ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଏଥିପାଇଁ ବିଭିନ୍ନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏ ଭିତରେ ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇ ସାରିଛି । ଗୋଟିଏ ଦିନ ପରେ ଦେବ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ସୋମବାର ଅପରାହ୍ନରେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ପରିଦର୍ଶନ କରିଛନ୍ତି । ଯାତ୍ରା ପଥକୁ ମରାମତି, ଉତ୍ତମ ପାନୀୟ ଜଳ ବ୍ୟବସ୍ଥା, ସୁରକ୍ଷାକୁ କଡାକଡି କରିବା, ଅସାମାଜିକ ତତ୍ୱ ମାନଙ୍କ ଉପରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ, ନାଳ ଓ ପରିମଳ ବ୍ୟବସ୍ଥାକୁ ଠିକ କରିବା, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଆଦି ବିଭିନ୍ନ ବିଷୟରେ ଜିଲାପାଳଙ୍କ କମିଟି ତରଫରୁ ସୂଚନା ଦିଆଯାଇ ବିହିତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏହି ଅବସରରେ ନନ୍ଦପଡା କମିଟିର ସଭାପତି ପ୍ରଶାନ୍ତ ବରେଇ ଙ୍କ ସମେତ ମିଳିତ ସମନ୍ୱୟ କମିଟିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ଶିବ ମିଶ୍ର, ରାଜୀବ ମାଝୀ, ଭବାନୀ ମିଶ୍ର, ଗୋପାଳ ପୃଷେଠ, ଫଣିଭୂଷଣ ମିଶ୍ର, ଦିଲିପ କୁଅଁର, ସୁଶ୍ରିତ ମିଶ୍ର, ଶାନ୍ତନୁ ମିଶ୍ର, ପ୍ରଭୁଦତ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମହାନଗର ନିଗମ କମିଶନର ପ୍ରଦୀପ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ଶୀତଳଷଷ୍ଠୀ ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପ୍ରାକ ପ୍ରସ୍ତୁତି କରି ସାରିଛି ବୋଲି ଜିଲାପାଳ ଅନନ୍ୟା ଦାଶ କମିଟି ସଦସ୍ୟଙ୍କ ଆଗରେ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ