ଆଧାର କାର୍ଡରେ ଆସିଲା ସ୍ୱଚ୍ଛତା ; ୨ କୋଟିରୁ ଅଧିକ ଆଧାର ନମ୍ବର ନିଷ୍କ୍ରିୟ କଲା UIDAI
ନୂଆଦିଲ୍ଲୀ ;୨୭|୧୧:ଆଧାର କାର୍ଡରେ ଆସିଲା ସ୍ୱଚ୍ଛତା | ଆଧାର କାର୍ଡ ନାମରେ ହେଉଥିବା ଜାଲିଆତିରୁ ମିଳିବ ଆଶ୍ଵସ୍ତି | ତେବେ ମିଛ ଏବଂ ମୃତ ଲୋକଙ୍କ ନାମରେ ବହୁତ ଡିଜିଟାଲ ଠକେଇ ହେଉଥିଲା | ଯାହାଫଳରେ କି ଲୋକେ ଏହି ଠକେଇର ଶିକାର ହେଉଥିଲେ | UIDAI ଦ୍ୱାରା ପ୍ରାୟ ଦୁଇ କୋଟିରୁ ଅଧିକ ଆଧାରକୁ ନିଷ୍କ୍ରିୟ କରାଯାଇଛି | ଭାରତର ରେଜିଷ୍ଟ୍ରାର ଜେନେରାଲ ଓ ସରକାରୀ ତଥ୍ୟ ସଂଗ୍ରହ ପରେ ଆଧାର ନମ୍ବର ନିଷ୍କ୍ରିୟ କରାଯାଇଛି । ସମ୍ଭାବ୍ୟ ଜାଲିଆତି ଓ ଅନଧିକୃତ ବ୍ୟବହାର ରୋକିବା ପାଇଁ ନିଷ୍କ୍ରିୟ ଜରୁରୀ ଥିଲା। ଆଧାର ନମ୍ବର କେବେ କୌଣସି ବ୍ୟକ୍ତିଙ୍କୁ ପୁନର୍ବାର ବଣ୍ଟନ କରାଯାଇନଥାଏ ।
କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ କଲ୍ୟାଣକାରୀ ଲାଭ ପାଇବା ପାଇଁ ସମ୍ଭାବ୍ୟ ପରିଚୟ ଜାଲିଆତି କିମ୍ବା ଆଧାର ନମ୍ବରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଆଧାର ନମ୍ବରକୁ ନିଷ୍କ୍ରିୟ କରିବା ନିହାତି ଆବଶ୍ୟକ। ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ସୂଚନାର ଯାଞ୍ଚ ପ୍ରକ୍ରିୟା ଅନୁସରଣ କରି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କିମ୍ବା ଅନ୍ୟଥା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

