Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷତା ଓ ବରିଷ୍ଠତା ହେବକି ବିଜେଡିର ବଡ ପୁଞ୍ଜି!

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିବା ନେଇ ମନ୍ତ୍ରୀମଣ୍ଡଳ ପୁନଃର୍ଗଠନରୁ ଆଭାସ ମିଳୁଛି। ଦଳୀୟ ଅସନ୍ତୋଷକୁ ଏଡ଼ାଇବା ପାଇଁ ବିଜେଡି ନିଜର ସାଂଗଠନିକ ସ୍ତରରେ କେତେକ ଆଖିଦୃଶିଆ ପରିବର୍ତ୍ତନ କରିବାର ମଧ୍ୟ ସମ୍ଭାବନା ରହିଛି । ସବୁ ଚାପକୁ ଅଣଦେଖା କରି ଦଳର ୩ଜଣ ଅଭିଜ୍ଞ ଓ ପୁରୁଖା ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆଁ ବାର୍ତ୍ତା ଦେଇଛନ୍ତି। ଦଳ ଭିତରେ ରହିଛି ଅସନ୍ତୋଷ ।ବରିଷ୍ଠ ଓ ନବାଗତ ମାନଙ୍କୁ ନେଇ ଏଭଳି ମତଭେଦ ରହିଥିବା ଅନୁମାନ କରାଯାଉଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଅସନ୍ତୋଷକୁ ପ୍ରଶମିତ କରିବାକୁ ଦଳ ଭିତରେ ଏକ କସରତ ଚାଲିଛି। ବିଜୁ ଲାଗାସୀ ଓ ଜନତା ଦଳ ଆରମ୍ଭରୁ ବିଜୁ ବାବୁଙ୍କ ସହ ଥିବା ଅନେକ ସ୍ୱାଭିମାନୀ ନେତା ଅଣ ନିଶ୍ୱାସୀ ହୋଇ ରହିଥିଲେବି ସେମାନଙ୍କ ପ୍ରତି ଦଳର ଆନୁଗତ୍ୟରେ ଫିକା ପଡିଥିଲା ।ଏମାନେ ବଳ ପାଇଁ ଯେମିତି ଅଲୋଡା ସେଭଳି ଏକ ଭ୍ରମାନ୍ତକ ଚିତ୍ର ସାମ୍ନାକୁ ଆସୁଥିଲା। କିନ୍ତୁ ସେମାନଙ୍କ ସାଂଗଠାନିକ ଦକ୍ଷତା ଓ ଅଭିଜ୍ଞତା ଯେ ଦଳ ପାଇଁ ବଡ ପୁଞ୍ଜି ଏଭଳି ଧାରଣାକୁ ଦଳ ଏବେ ମାନିବାକୁ ବାଧ୍ୟ ହେଲାଣି। ଏବେ ଦଳ ଭିତରେ ଯୋରଯାର ମୂଲକ ତାର ଭଳି କିଣାବିକାର ନେତା ଖଞ୍ଜିବାକୁ ପ୍ରୟାସ ହେଉଥିବା ବେଳେ ପୁର୍ବରୁ ଦଳର ମାନ ସମ୍ନାନ ଓ ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ନେତା ମାନେ ନିଜ ନିଜ ମଧ୍ୟରେ ଯଥେଷ୍ଟ ପ୍ରୟାସ କରୁଥିଲେ । ସ୍ୱଚ୍ଛ କର୍ମୀ ରହୁଥିଲେ । ସାମାଜିକ ଚିନ୍ତାଧାରା ରଖି ବୈଠକ କରୁଥିଲେ । ଲୋକଙ୍କ ରହି ସମସ୍ୟା ବୁଝୁଥିଲେ । ଏବେ କିନ୍ତୁ ସେଥିରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳିଛି । ରାତାରାତି ବଡ ହେବା ସହ କ୍ଷମତାର ବାହୁବଳି ଦେଖାଇବା ସହ ଠିକାଦାର ନେତା ଓ କର୍ମୀଙ୍କ ଅଭାବ ନାହିଁ । ଏଭଳି ପରିସ୍ଥିତିରେ ନବୀନ ସ୍ୱଚ୍ଛତା ପାଇଁ ବରିଷ୍ଠ ନେତା ଚୁପ୍ ବସିଥିଲେ ମଧ୍ୟ ନବୀନ ପାଖ ତଡ ମାଡି ପାରୁନାହାଁନ୍ତି। କିନ୍ତୁ ଦଳ ପ୍ରତି ନିଜର ଅନୁରାଗ ରଖିଥିବା ନେତା ଓ କର୍ମୀଙ୍କ ଅଭାବ ନାହିଁ । କାଳକ୍ରମେ ଏହି ଅଲୋଡା ନେତାହିଁ ଦଳ ପାଇଁ ଏକ ବଡ ଶକ୍ତି ଓ ପୁଞ୍ଜି ଏହାକୁ ମାନିବାକୁ ସମସ୍ତେ ବାଧ୍ୟ ହେବେ । ଝାରସୁଗୁଡା ଉପନିର୍ବାଚନରେ ଦଳର ଉପସଭାପତି ତଥା ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ କୁହନ୍ତୁ ଅବା ଶାରଦା ନାୟକଙ୍କୁ ନେଇ ବିଚାର କରାଗଲେ ଏହାର ଯଥାର୍ଥତା ବାରି ହୋଇ ପଡିବ। କିଛି ନେତା ବ୍ୟୁରୋକାଟଙ୍କୁ ଅଡୁଆରେ ପକାଉଥିବାରୁ କାଳକ୍ରମେ ଦଳ ଭିତରୁ ସେମାନଙ୍କୁ ବ୍ୟୁରୋକ୍ରାସି ଚକ୍ରାନ୍ତରେ ଦଳ ପାଇଁ ସେମାନେ ଅଲୋଡା ଭଳି ତାଙ୍କୁ ଓପାଡି ଫିଙ୍ଗିଦେବାକୁ ଚେଷ୍ଟା କରାଯାଇଥିଲେବି ଦଳ ପାଇଁ ସେମାନେ ବଳ ନହେଲେତ କାଳ ହେବେ ଏହା ବହୁ ଘଟଣାରୁ ସ୍ପଷ୍ଟ ହୋଇଛି । ଦଳର ଏହି ଶ୍ରେଣୀର ନେତାଙ୍କୁ ବିରୋଧି ଦଳବି ନିଜ ଆଡକୁ ଟାଣି ଧରିବା ଭଳି ବହୁ ଦୃଷ୍ଟାନ୍ତ ରହିଛି । ଅନେକ ବ୍ୟକ୍ତିଗତ ଆକ୍ରୋଶର ଶୀକାରବି ହୋଇଛନ୍ତି । ଦିନ ଥିଲା ବିଜୁ ବିଜୟ ମହାପାତ୍ର, ନଳିନୀ ମହାନ୍ତୀ, ରାମକୃଷ୍ଣ ପଟ୍ଟନାୟକ,ଅଶୋକ ଦାଶଙ୍କ ଭଳି ନେତାଙ୍କ ପ୍ରଭାବ ପାଇଁ ଲୋକେ ଭୁବନେଶ୍ବର ଯାଇ ଦଳରେ ମିଶୁଥିଲେ। ଏପରିକି ବିଭିନ୍ନ ପ୍ରସଙ୍ଗ ନେଇ ଦଳୀୟ କାର୍ଯ୍ୟାଳୟ,ନବୀନ ନିବାସ ଅବା ନେତାଙ୍କ ବାସ ଭବନରେ ଆଲୋଚନା କରିବା ସୁଯୋଗ ମିଳୁଥିଲା। କାଳକ୍ରମେ ଏଭଳି ପ୍ରାସଙ୍ଗିକତା ହଜି ଯାଉଥିବା ବେଳେ ଦଳବି ଏକ ଅଫିସିଆଲ ସିଷ୍ଟମ୍ ଆଡକୁ ଗତି କରୁଥିବା ନେଇ ରାଜନୈତିକ ଦୁରଦ୍ରଷ୍ଟା ମନରେ ଚିନ୍ତାର କାରଣ ପାଲଟିଛି । ଏପରିକି ଅନେକ ରାଜନୈତିକ ବିଶାରଦ ଓ ତୁଙ୍ଗ ନେତାଙ୍କ ମନୋଭାବ ଉପରେ ମଧ୍ୟ ବର୍ତ୍ତମାନ ତର୍ଜମା ଆରମ୍ଭ ହୋଇଛି । ଦଳରେ ରହିଥିବା ବରିଷ୍ଠ ନେତାମାନଙ୍କୁ ପୁଣିଥରେ ସକ୍ରିୟ କରାଇବାକୁ ପଦକ୍ଷେପ ନିଆଯିବା ଭଳି ବିଚାର ବିମର୍ଶ ଚାଲିଥିବା ନେଇ ଜଣାପଡ଼ିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଅନେକ ବାହୁବଳିଙ୍କୁ ଚେକ୍ ଦେଇ ଦକ୍ଷତା ଓ ବରିଷ୍ଠତା ଭିତ୍ତିରେ ଦଳର ପ୍ରତିଷ୍ଠାତା ନେତା ଓ ସେମାନଙ୍କ ଅନୁଗତ ମାନଙ୍କ ଉପରେ ଦଳ ନିର୍ଭର କରିବା ଭଳି ସୂଚନା ମିଳୁଛି । ପଂଚମ ପାଳିର ସରକାରରେ ମନ୍ତ୍ରିମଣ୍ଡଳରେ ସାମିଲକୁ ନେଇ ପ୍ରଥମଥର ପାଇଁ ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦଳୀୟ ନେତାମାନଙ୍କୁ ମେଳି କରିବା ଭଳି ଯଦି କିଛି ଘଟଣା ଘଟେ ବିଜେଡି ନେତୃତ୍ୱ ବେଶ୍ ଗୁରୁତ୍ୱର ସହ ନେଇ ବିଦ୍ରୋହୀଙ୍କୁ ଲଗାମ ଦେବା ଭଳି ବଡ ଧରଣର ପଦକ୍ଷେପ ନେବାର ସମ୍ଭାବନା କୁ ମଧ୍ୟ ଏଡାଇ ଦିଆଯାଇନପାରେ।