Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ବଢିଲା ମିଠା ଦର

ଭୁବନେଶ୍ବର: ବଢିଲା ମିଠା ଦର। ମିଠା ପ୍ରସ୍ତୁତ ଲାଗି ବ୍ୟବହାର ହେଉଥିବା ସାମଗ୍ରୀ ମୂଲ୍ୟରେ ବୃଦ୍ଧି ହେତୁ ଦର ବଢିଥିବା ଜଣାପଡ଼ିଛି। କ୍ଷୀର, ପନିର, ଚିିନି, ରାୱା, ଗୁଜୁରାତି ଏବଂ ଇନ୍ଧନ ଭଳି ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ମିଠାର ମୂଲ୍ୟ ବୃଦ୍ଧି ପାଇଛି। ମିଠା ପ୍ରସ୍ତୁତି ପାଇଁ ବ୍ୟବହୃତ ଛେନା ମୂଲ୍ୟରେ କେ.ଜିକୁ ୨୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧ ଲିଟର କ୍ଷୀର ପିଛା ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଛି।

ରସାଗୋଲାର ମୂଲ୍ୟ ୫ ଟଙ୍କା ପରିବର୍ତ୍ତେ ଏବେ ଗୋଟେ ପିସ୍‌କୁ ୬ ଟଙ୍କାରେ ମିଳିବ। ସେହିପରି ୧୦ ଟଙ୍କିଆ ଏବଂ ୨୦ ଟଙ୍କା ମୂଲ୍ୟର ରସଗୋଲା ଯଥାକ୍ରମେ ୧୨ ଏବଂ ୨୫ ଟଙ୍କାରେ ବିକ୍ରି ହେବ।

ଛେନାପୋଡ ୧ କେ.ଜିକୁ ୨୦ ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହେବ। ଛେନାଗଜା ଏବଂ ଛେନାପୋଡ ଯଥାକ୍ରମେ ୨୨୦ ରୁ ୨୮୦ ଟଙ୍କା ବିକ୍ରି ହେବ।

ପାହାଳ ମିଠା ବ୍ୟବସାୟୀ ସଂଘର ସଦସ୍ୟଙ୍କ କହିବାନୁସାରେ, କ୍ଷୀରର ମୂଲ୍ୟ ବୃଦ୍ଧି ଯୋଗୁଁ ମିଠା ପ୍ରସ୍ତୁତି ପାଇଁ ବ୍ୟବହୃତ ଛେନା ମୂଲ୍ୟ କେ.ଜିକୁ ୨୦ ଟଙ୍କା ବୃଦ୍ଧି ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ