Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱିତୀୟ ଦିବସରେ ମୁରିବାହାଲ ବ୍ଲକ୍ ସ୍ତରୀୟ ଧନୁଯାତ୍ରା ମହୋତ୍ସବ ; ଦେବକୀ ବିବାହ, କଂସଙ୍କ ସିଂହାସନ ଆରୋହଣ, ଅକ୍ରୁରକୁ ନିର୍ବାସିନ, ଦେବକୀ ବାସୁଦେବ କାରାଗାରାରେ ବନ୍ଦୀ, ରାଜା ଉଗ୍ରେସନ ବିତାଡିତ ନାଟକ ମଞ୍ଚସ୍ଥ !

ବଲାଙ୍ଗୀର, ୧୮|୧୨: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ସପ୍ତମ ବର୍ଷ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିନରେ ଦେବକୀ ବିବାହ, କଂସଙ୍କ ସିଂହାସନ ଆରୋହଣ, ଅକ୍ରୁରକୁ ନିର୍ବାସିନ, ଦେବକୀ ବାସୁଦେବ କାରାଗାରାରେ ବନ୍ଦୀ, ରାଜା ଉଗ୍ରେସନ ବିତାଡିତ ନାଟକ ମଞ୍ଚସ୍ଥ ହୋଇଥିଲା । ଧନୁଯାତ୍ରା କମିଟି ସଭାପତି ତରୁଣ ପୋଢ଼ଙ୍କ ସଭାପତିତ୍ୱରେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ମୁରିବାହାଲ ସିଡିପିଓ ପୂର୍ଣ୍ଣମୀ ବୈଠାରୁ,ମୁରିବାହାଲ ଥାନା ଆଇ ଆଇ ସି ସନାତନ ସାହୁ, ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିହାରୀ, ମୁରିବାହାଲ ଅଗ୍ନିଶମ ବିଭାଗ ଓଆଇସି ଶ୍ରୀକାନ୍ତ ସେଠ, ମୁରିବାହାଲ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଚକ୍ରଧର ସାହୁ ଓ ମୁରିବାହାଲ ଷ୍ଟେସନ୍ ମାଷ୍ଟର୍ ତରଣୀସେନ୍ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରା ନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିଛି ।
ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହୋଇଛି |ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ଲାଠୋରର ଆର୍ତ୍ତତ୍ରାଣ ସୁନାନୀ ଓ ତାଙ୍କ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି । ଏଥିପାଇଁ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ରକ୍ଷା ସହ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗରୁ ସମ୍ପୂର୍ଣ୍ଣ ସହଯୋଗ ରହିଛି | ଧନୁଯାତ୍ରା ମହୋତ୍ସବ କମିଟିର ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ସୁବ୍ରତ ମହାକୁର, ବିଶ୍ବବିହାରୀ ଯୋଷୀ, ନାରାୟଣ ସାହୁ, ଦିବ୍ୟସୁନ୍ଦର ସାହୁ, ଶ୍ୟାମସୁନ୍ଦର ଝଙ୍କାର, ରମାରଞ୍ଜନ ପାତ୍ର କାର୍ଯ୍ଯକାରି ସଭାପତି ରାଜିବ କୁମାର ମହାନ୍ତି, ସୁଦାମ ଚରଣ ବଘାର, ରମେଶ ନାଗ, ପ୍ରଫୁଲ୍ଲ ବଘାର, ସୁଦାମ ସାହୁ ,ତରଣିସେନ ମେହେର ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର ସହ ସମ୍ପାଦକ ପ୍ରେମାନନ୍ଦ ମାଝୀ, ଦନାର୍ଦନ ବଗର୍ତ୍ତି, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ, ଉଦିତ କଟା, ବିକି ମହାରଣା, ଲିଲୁ ମୋହନ ପଧାନ ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ଖଗେଶ୍ୱର ସାହୁ ସହ ପ୍ରଚାର ପ୍ରସାର କମିଟିର ମନୋଜ କୁମାର କର, ଅମରେଶ ମାଝୀ ଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆୟୋଜକ କମିଟିର ଉପସଭାପତି ରମାରଞ୍ଜନ ପାତ୍ର ଧନ୍ୟବାଦ୍ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories