ଉଦଘାଟିତ ହେଲା ୭ତମ କଣ୍ଟାବାଞ୍ଜି ଲୋକ ମହୋତ୍ସବ ; ପ୍ରଥମ ରଜନୀ କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ ।
ବଲାଙ୍ଗୀର,୨୦/୧୨ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଚଳିତ ବର୍ଷ ୭ମ ବର୍ଷ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମ ଥର ପାଇଁ ଏହା ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଆରମ୍ଭ ହୋଇଛି । ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ସାମିଲ ହୋଇ ଉପଭୋଗ କରିଥିଲେ । ପ୍ରଥମ ରଜନୀରୁ ହିଁ ଦର୍ଶକ ମାନେ କଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଥିଲେ । ହାଡ଼ଭଙ୍ଗା ଶୀତ ସତ୍ତ୍ଵେ ରାତିରେ ନୃତ୍ୟ ସଙ୍ଗୀତକୁ ଭରପୂର୍ ଉପଭୋଗ କରିଥିଲେ । ଏହି ଲୋକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଆହୁରି ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି । ଉଦଘଟାନୀ ଦିବସର ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା । ସେହିପରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଭାରତର ବେଷ୍ଟ ସରପଞ୍ଚ ଆୱାର୍ଡ଼ ପାଇ ଓଡ଼ିଶାର ସୁନାମ ଅର୍ଜନ କରିଥିବା ଖୋଲାନ ସରପଞ୍ଚ ଶ୍ରୀ ନରେଶ ଅଗ୍ରୱାଲ, ଲୋକ ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ ଦାସ, ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ବିଭାର, ଉପ ସଭାପତି ଏସ ଜଗନ୍ନାଥ ରାଓ, ଓ ଦୁଃଖୀ ଶ୍ୟାମ ରାଏ, ସାଂସ୍କୃତିକ ସଭାପତି ଅମର ବାଗ, ଅର୍ଥ ସଚିବ ଅନିଲ ଅଗ୍ରୱାଲ, ଯୁଗ୍ମ ଅର୍ଥ ସଚିବ ତପନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ମନୋଜ ଦାସ । ବିଶ୍ଵ ପ୍ରସିଦ୍ଧ ଆଦିମ ବିଚାରରେ ଅଭିନୟ ତଥା ଭାରତ ବାହାରେ ସୁନାମ ଅର୍ଜନ କରିଥିବା କଳାକାର ଶଙ୍କର ବେହେରା ଓ ତାଙ୍କର ଟିମ କଣ୍ଟାବାଞ୍ଜି ଲୋକ ମହୋତ୍ସବର ମଞ୍ଚକୁ ଦୁଲକାଇ ଦେଇଥିଲେ । ଏକ ସେବାଶ୍ରମର କୁନିକୁନି ପିଲାମାନେ ଦର୍ଶକ ମାନଙ୍କୁ ବିମୋହିତ କରିଦେଇଥିଲେ । ଢ଼ୋଲ ନିସାନ୍ ତାଶା ମହୁରୀରେ କଣ୍ଟାବାଞ୍ଜି ଲୋକ ମହୋତ୍ସବକୁ ଏକ ପ୍ରକାର ସ୍ମରଣୀୟ କରି ଦେଇଛି । ଅନ୍ୟପକ୍ଷରେ ଏହି ମହୋତ୍ସବର ଉଦଘାଟନୀ ଦିବସରେ ଜନସାଧାରଣ ସାମଗ୍ରୀ କିଣାବିକା ଜୋର୍ ଧରିଥିବା ଦେଖିବାକୁ ମିଳିଛି ।

