ବଲାଙ୍ଗୀର ଜିଲ୍ଲା ବିଜେପି ସଂଗଠନ ସମ୍ପ୍ରସାରିତ , ବେଦବ୍ୟାସ ଉପସଭାପତି, ପୁରନ୍ଦର ସମ୍ପାଦକ ।
ବଲାଙ୍ଗୀର,୨୧/୧୨: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାରେ ବିଜେପି ଗତ ନିର୍ବାଚନରେ ବହୁ ସଂଖ୍ୟାରେ ବିଧାନସଭା ଆସନ ପାଇଥିବା ବେଳେ ଜିଲ୍ଲାର ବହୁ ପୁରୁଖା ନେତାଙ୍କୁ ଜିଲ୍ଲା ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ପଦ ପଦବୀରେ ପଦୋନ୍ନତି ମିଳିଥିଲା । ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ରାଜ୍ୟ ଉପସଭାପତି ପଦ ଦିଆଯାଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କୁ ଜିଲ୍ଲାର ମୁଖ୍ୟ ପଦ ତଥା ବଲାଙ୍ଗୀର ଜିଲ୍ଲା ବିଜେପିର ସଭାପତି ଭାବେ ପଦ ମିଳିଥିଲା । ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ବିଜେପି ଦଳ ବଲାଙ୍ଗୀର ଜିଲ୍ଲାରେ ସକ୍ରିୟ ରହିଥିବା ବେଳେ ତାଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସଂଗଠନ ସମ୍ପ୍ରସାରଣ ପର୍ବ ପାଳନ କରାଯାଇଛି । ଶ୍ରୀ ବେହେରା ଉପଚାରିକ ରୂପେ ଯୁବା ନେତା ବେଦବ୍ୟାସ ବାଗକୁ ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା ପୁରନ୍ଦର ବାଗକୁ ଜିଲ୍ଲା ସମ୍ପାଦକ ଭାବେ ଘୋଷଣା କରିଛନ୍ତି ।
ଗତ ବିଧାନସଭାରେ ନିର୍ବାଚନରେ ଉଭୟଙ୍କ ଦଳ ପ୍ରତି ସମର୍ପଣ ଓ ସକ୍ରିୟତାକୁ ଦଳ ହୃଦୟଙ୍ଗମ କରିଛି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା କହିଛନ୍ତି । ଅନ୍ୟ ପକ୍ଷରେ ଯୁବା ନେତା ବେଦବ୍ୟାସ ବାଗକୁ ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା ପୁରନ୍ଦର ବାଗକୁ ଜିଲ୍ଲା ସମ୍ପାଦକ ଭାବେ ଦାୟିତ୍ଵ ମିଳିଥିବାରୁ ଉଭୟଙ୍କୁ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ସହିତ ଅନ୍ୟ ପଦାଧିକାରୀ ,କର୍ମକର୍ତା ସହିତ ବିଭିନ୍ନ ସଂସ୍ଥା ପକ୍ଷରୁ ଶୁଭେଚ୍ଛା ଏବଂ ଶୁଭକାମନା ଦିଆଯାଇଛି ।

