Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଶିବମୟ : ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ଲୋକାରଣ୍ୟ

ସମ୍ବଲପୁର ହୋଇଛି ଶିବମୟ।ଈଶ୍ୱରୀୟ ଚେତନା ଓ ଲୌକିକ ପରମ୍ପରାର ଏହି ମହାପର୍ବ ପାଇଁ ଝଳସି ଉଠିଛି ସମଗ୍ର ସହର। କଳାକାର ମାନଙ୍କ ମହାମେଳାରେ ସଂସ୍କୃତି ସଂପର୍ନ୍ନ ସମ୍ବଲପୁର ସାଂସ୍କୃତିକ ମୟ ହୋଇ ଉଠିଛି। ବୁଦ୍ଧି, ପ୍ରାଚୁର୍ଯ୍ୟ,କଳାସଂସ୍କୃତି ଓ ପାରମ୍ପାରିକ ନୃତ୍ୟ ଗୀତ ସହିତ ବିଭିନ୍ନ ରାଜ୍ୟର ଲୋକ ନୃ୍ତ୍ୟରେ ସମ୍ବଲପୁର ଠାରୁ ମାନେଶ୍ୱର,ସିନ୍ଦୁରପଙ୍କ ଯାଏ ଲମ୍ବିଛି ନୃତ୍ୟ ଗୀତର ଆସର । ଶୀତଳଷଷ୍ଠୀ ଯାତ୍ରା ମଣିଷ ଓ ଈଶ୍ୱରଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାଧ୍ୟମ ବୋଲି ବିବେଚନା କରାଯାଇ ଈଶ୍ୱରୀୟ ଚେତନା ସହିତ ଲୌକିକ ପରମ୍ପରାର ମିଶ୍ରଣ ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁରକୁ ଶିବମୟ କରିଦେଇଛି। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମାନବୀୟ ରୀତିନୀତିରେ ଶିବ ପାର୍ବତୀଙ୍କ ବିବାହ କରାଇ ଉତ୍ତପ୍ତ ଧରଣୀକୁ ଶୀତଳ କରିବା ନିମନ୍ତେ ବର୍ଷାର ଆବାହନ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ଯ । ଏଥିପାଇଁ ବାବାଙ୍କ ବିବାହ ପାଇଁ କାହିଁ କେତେ ଦୂରଦୂରାନ୍ତରୁ ଭକ୍ତ ଓ କଳାକାରଙ୍କ ସମାବେଶର ସମରୋହ ହୃଦୟର ବନ୍ଧନ ପରି ସମ୍ବଲପୁର ସାଇତି ଧରିଛି । ଏହି ଯାତ୍ରାରେ ଅଭିନ୍ନ ଅଙ୍ଗ କିନ୍ନରଙ୍କ ସମାବେଶ ମଧ୍ୟ ଏକ ବିଶେଷ ମହତ୍ୱ ଓ ଐତିହାସିକ ସ୍ଥାନ ବହନ କରୁଛି।
ଆଜି ସନ୍ଧ୍ୟାରୁ ଦେବ ଦମ୍ପତିଙ୍କ ନଗର ବିଜୟ ହୋଇ ଆସନ୍ତା କାଲି ମନ୍ଦିର ପ୍ରବେଶ ହେବ। ଏଥିପାଇଁ ଯାତ୍ରା କମିଟି,ପୋଲିସ ଓ ଜିଲ୍ଲା ପ୍ରଶାସନ ସହିତ ସବୁମହଳରେ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ କର୍ପୋରେଟ ହାଉସଙ୍କ ସହାୟତାରେ ବିଭିନ୍ନ ସେବା କାର୍ଯ୍ୟପାଇଁ ସମାଜସେବୀ ମାନଙ୍କ ପୁଣ୍ୟ କାର୍ଯ୍ୟ ସମ୍ବଲପୁର ପାଇଁ ଆଉ ଏକ ନିଦର୍ଶନ । ଏକ୍ଷେତ୍ରରେ ରାଜନୈତିକ ଦଳ ଗୁଡିକ ମଧ୍ୟ ପଛରେ ପଡିନାହାନ୍ତି । ଦଳ ଗୁଡିକର ନେତା ଓ କର୍ମିମାନେ ମଧ୍ୟ ନିଜର ନିରନ୍ତର ସେବା କାର୍ଯ୍ୟକୁ ଆଗକୁ ବଢାଇଛନ୍ତି । ଏ ଦିଗରେ ଗଣମାଧ୍ୟମ ମଧ୍ୟ ଦି’ପାଦ ଆଗକୁ ପାଦ ବଢାଇଛି ।
ଗତକାଲି ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବ ଦେବ ମହାଦେବ ବରଯାତ୍ରୀ ସହ ଶୋଭାଯାତ୍ରାରେ ବାହାରିଥିଲେ । ଏହି କ୍ରମରେ ନନ୍ଦପଡାର ବଂବଂ ବରାଡ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଶ୍ରୀ ଲୋକନାଥ ବାବା,ମୁଦିପଡାର ଜାଗେଶ୍ୱର ବାବା,ଠାକୁରପଡାର ଗୁପ୍ତେଶ୍ୱର ବାବା,ବଡବଜାରର ଶୀତଳେଶ୍ୱର ବାବା,ବାଲିବନ୍ଧାର ସୋମନାଥାବା,ବୁଢାରଜାର ପାହାଡେଶ୍ୱର ବାବା,ଦୂର୍ଗାପାଲିର ଗୁଡେଶ୍ୱରବାବା,ଭତରାର ଶଙ୍କର ବାବା,ସାକ୍ଷୀପଡାର ଓଁକାରେଶ୍ୱର ବାବା,ସିନ୍ଦୁରପଙ୍କର ତାକେଶ୍ୱର ବାବା,କଟରଧୁଆର ମହାକାଳେଶ୍ୱର ବାବା,କୁଲୁଥକାନୀର କଳ୍ପେଶ୍ୱର ବାବା,ସାଲିଆବଗିଚାର ରାମେଶ୍ୱର ବାବା,ଦଲେଇପଡାର ଗୁପ୍ତେଶ୍ୱର ବାବା,ବରେଇପାଲିର ବାବା ବଟୁକନାଥ ବରବେଶରେ ଯାଇ କନ୍ୟା ଭବନରେ ପହଞ୍ଚିଥିଲେ। ଏଥିପାଇଁ ଧୁମଧାମରେ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା।
ଆଜି ରାତିଠୁ ଦେବ ଦମ୍ପତିଙ୍କ ଶୋଭାଯାତ୍ରା ବାହାରି ଆସନ୍ତାକାଲି ମଧ୍ୟାହ୍ନ ଯାଏ ୈହା ଲାଗିରହିବ ଓ ଅପରାହ୍ନରେ ମନ୍ଦିର ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ପାଇଁ ସମ୍ବଲପୁର ସହରରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କଡା ନିରାପତ୍ତା ସହିତ ଟ୍ରାଫିକ ନିୟନ୍ଟଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଅନନ୍ୟା ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ଙ୍କ ସହିତ ବିଭିନ୍ନ ଅଧିକାରୀ ବିଭିନ୍ନ ପୂଜା ମଣ୍ଡପ ଯାଇ ଦର୍ଶନ ଲାଭ କରିବା ସହିତ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରୁଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ସ୍ଥାନରେ ଦର୍ଶନ କରିବା କାର୍ଯ୍ୟକ୍ର ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ