Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାରି ରହିଛି ଗ୍ରୀଷ୍ମ ପ୍ରବାହ; ଅସ୍ତବ୍ୟସ୍ତ ରାଜ୍ୟବାସୀ

ଭୁବନେଶ୍ବର: ଆଜି ବି ପ୍ରଚଣ୍ଡ ଖରା। ଅସମ୍ଭାଳ ତାତିକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସମଗ୍ର ଓଡ଼ିଶା। ସକାଳ ୮ଟା ପରଠୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି । ଗତକାଲି ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଗତକାଲି ନୂଆପଡା ୪୪ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

ସେହପରି ଝାରସୁଗୁଡ଼ାରେ ତାପମାତ୍ରା ୪୩.୪ ଥିବାବେଳେ ତାଳଚେରରେ ୪୩ .୨, ଅନୁଗୁଳରେ ୪୩.୧ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨.୮ ଡିଗ୍ରୀ ରହିଥିଲା । ଆଗକୁ ଆହୁରି କିଛି ଦି ଏପରି ତାତି ସହ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ତେବେ ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ପ୍ରାକ୍‌ ମୌସୁମୀ ଯୋଗୁଁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଜୁନ୍‌ ୧୦ ଆଗରୁ ତାତି କମିବାର ସମ୍ଭାବନା କମ୍‌ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ