Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ଜଳ ବିବାଦ; ଆଜି ଚିଲିକା ମୁହାଣ ପରିଦର୍ଶନ କରିବ ଟିମ୍

ଭୁବନେଶ୍ବର: ମହାନଦୀ ଜଳ ବିବାଦ ମାମଲା। ଜାରି ରହିଛି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର କ୍ଷେତ୍ର ପରିଦର୍ଶନ। ସାତକୋଶିଆ ଗଣ୍ଡ ପରିଦର୍ଶନ କରିଛି ଟିମ। ଏହାସହ ଗଣ୍ଡରେ ଜଳର ସ୍ରୋତ ଓ ଗଭୀରତାର ସ୍ଥିତି ଅନୁଧ୍ୟାନ କରିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ପ୍ରତିନିଧି ଦଳ । ଆଜି ଚିଲିକା ମୁହାଣ ପରିଦର୍ଶନ କରିବ ଟିମ।

ମହାନଦୀ ଜଳ ବିବାଦର ସମାଧାନ ଲାଗି ଜାରି ରହିଛି ପ୍ରୟାସ। ଉପରେ ଛତିଶଗଡ଼ ସରକାର ଏକାଧିକ ବ୍ୟା‌ରେଜ୍‌ ନିର୍ମାଣ କରିବା ଫଳରେ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଏ ନେଇ ସ୍ଥିତି ଅନୁଧ୍ୟାନ ଲାଗି ଗଠିତ ହୋଇଛି ଟ୍ରିବ୍ୟୁନାଲ୍‌ ଟିମ।

ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ଟିମ୍‌ ଏହି ସର୍ଭେ ସମୟରେ ୩୦ଟି ସଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ