Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PUCC ସାର୍ଟିଫିକେଟ ଯାଞ୍ଚର ଅବଧି ବଢ଼ିଲା; ଫେବୃଆରି ପରିବର୍ତ୍ତେ ମାର୍ଚ୍ଚ ଶେଷରୁ ହେବ କଡାକଡି ଯାଞ୍ଚ

ଭୁବନେଶ୍ୱର,୩୧|୧୨: PUCC ଯାଞ୍ଚ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଢିଛି ଅବଧି | ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ତେବେ ଏହାର ଅବଧି ପୂର୍ବରୁ ଜାନୁଆରି୧ ରହିଥିଲା ପରେ ଜନସାଧାରଣଙ୍କ ଅସନ୍ତୋଷ ପ୍ରକାଶ ପାଇବା ଦେଖି ଫ୍ରେବୃଆରି ପହିଲାକୁ ବଢ଼ାଇ ଦିଆଗଲା ଆଉ ଏବେ ସରକାର ପୁଣି ଥରେ ଜନ ସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ PUCC ଯାଞ୍ଚ ଅବଧିକୁ ବଢ଼ାଇ ଦେଇଛନ୍ତି । ତେବେ ଅନିୟମିତତା ଅଭିଯୋଗରେ ୪୨ ପଲ୍ୟୁସନ ସେଣ୍ଟରକୁ ସିଲ୍ କରାଯାଇଛି।

PUCC ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ଘେରିବା ସହିତ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିଥିଲା। ପ୍ରଦୂଷଣ ନାଁରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା କରିବା, ଗ୍ରୀନ ଷ୍ଟିକର ଲୋକେ କେଉଁଠୁ ପାଇବେ ଆଉ ସରକାରଙ୍କ ପକ୍ଷରେ ଷ୍ଟିକର ମହଜୁଦ ଅଛିକି ନାହିଁ ? ପ୍ରଶ୍ନ କରିଥିଲା ବିଜେଡି। ନିୟମ ଲାଗୁ କରିବା ପୂର୍ବରୁ ପୁରା ଯୋଜନା ପ୍ରସ୍ତୁତି ନକରି ଏଭଳି ନିୟମ କରିଛନ୍ତି କାହିଁକି? ଶାସକ ଦଳକୁ ପ୍ରଶ୍ନ କରିଥିଲା ବିଜେଡି | ଜାଲି ସେଣ୍ଟର ଓ ଟୋକନରୁ ମୁକ୍ତି ଦିଅନ୍ତୁ। ମାସେ ବଦଳରେ ଅତି କମରେ ୬ ମାସ ସମୟ ଦିଅନ୍ତୁ ସରକାର। PUCC ନାଁରେ ଅରାଜକତା ହେଉଛି | ବେଆଇନ ଭାବେ ଲୋକଙ୍କଠୁ ଟଙ୍କା ଆଦାୟ ହେଉଛି। ଲୋକେ ଏହି ନିଷ୍ପତ୍ତିକୁ ଜମା ଗ୍ରହଣ କରୁନାହାନ୍ତି ବୋଲି ବିଜେଡି କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ