ବଲାଙ୍ଗିରରେ ମନ୍ତ୍ରୀ ରବି ନାୟକଙ୍କ ମାରାଥନ କାର୍ଯ୍ୟକ୍ରମ ।
ବଲାଙ୍ଗିର, ୧୩/୧: ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଗସ୍ତରେ ଆସିଥିଲେ । ପ୍ରଥମ ସେ କଣ୍ଟାବାଞ୍ଚିସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂପୃକ୍ତ ବିଦ୍ୟାଳୟ ଅଧ୍ଯକ୍ଷା ଗୀତା ଗୁରୁଙ୍କ ଅଧ୍ଯକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ, ଏନ୍ଏସି ଅଧ୍ୟକ୍ଷ
ବରିୟାମ ସିଂ ସାଲୁଜା, ଉପ ଜିଲ୍ଲାପାଳ ତଥା ପରିଚାଳନା କମିଟି ଅଧ୍ୟକ୍ଷ ପଦ୍ମନାଭ ସାମନ୍ତରାୟ ଯୋଗ ଦେଇଥିଲେ। ପରେ ସେହି ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତୀ ଅବସରରେ ମହାବିଦ୍ୟାଳୟ ପରିସରରେ ସାମୁହିକ ଗାନ ଓ ବିଭିନ୍ନ ପ୍ରତିଯୋଗିତା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ୧୧ ଟା ସମୟରେ ସଭାଗୃହରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ଉପସ୍ଥିତ ହୋଇ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ସାମୁହିକ ଭାବେ ଗାନ କରିଥିଲେ । କଣ୍ଟାବାଞ୍ଜି- ତୁରେକେଲା ରୋଡ ସିମେଣ୍ଟ କାରଖାନା ପାଖରେ ନବ ନିର୍ମିତ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ, ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ
ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ମାନିତ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ବାଗ, ତୁରେକେଲା ବ୍ଲକ୍ ଚେୟାରମ୍ୟାନ୍ ପୂଜା ବେହେରା, ଉପାଧ୍ୟକ୍ଷା ଧନମତୀ ଖୁରା ଯୋଗଦେଇଥିଲେ। ତହସିଲଦାର ବିଶ୍ଵନାଥ ଖାଲକୋ ସଭା ପରିଚାଳନା କରିଥିଲେ। ପରେ ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଂଚାୟତର ରାମୋଡ଼ ଗାଁର ଧରମ ନାଲା ର ମନରେଗା କାମର ତଦାରଖ କରିଥିଲେ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ ତାଙ୍କର ସହିତ ସାଂସଦ ସଂଗୀତା ସିଂ ଦେଓ , ବିଧାୟକ ଶ୍ରୀ ବାଗ , ବିଡ଼ିଓ ପୂର୍ଣ୍ଣ।ନନ୍ଦ ପୁଟେଲ ଓ ବିଭାଗୀୟ ଅଧିକାରୀ ।

