Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପେରାରେ ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇ ପାରନ୍ତି ନିଶା ମହାରଣା ।

ବଲାଙ୍ଗିର, ୧୫/୧: ଅଶ୍ଳୀନ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା। ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା । ସୂଚନା ମତେ ଗତ ୧୨ ତାରିଖରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଅପେରା ଦୂର୍ଗା ମନ୍ଦିରରେ ଆଇଟମ୍ ଗାର୍ଲ୍ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଚନ୍ଦନନଭାଟି ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ରଞ୍ଜିତ ପ୍ରଧାନ ଗତକାଲି ଯାତ୍ରା ଆୟୋଜକ କମିଟିର ସଭାପତି ସୁରେନ୍ଦ୍ର ନାଗ, ସମ୍ପାଦକ ରାଧେଶ୍ୟାମ ମେହେର, ଅପେରା ମ୍ୟାନେଜର ଶଙ୍କର ସେନାପତିଙ୍କ ସହ ଅନ୍ୟ ଆୟାଜକ କମିଟିର ସଦସ୍ୟଙ୍କ ବିରୁଦ୍ଧରେ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ୨ ଆୟୋଜକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରୀ ରଖିଥିବା ବେଳେ ପୋଲିସ୍ ପକ୍ଷରୁ ଗୋଟିଏ ଟିମ୍ ଭୁବନେଶ୍ୱର ଯାଇ ନିଶା ମହାରଣାକୁ ଖୋଜୁଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ନିଶା ମହାରଣା ଗିରଫ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ