Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଞ୍ଚ ଉପରେ ଆଇଟମ୍ ଗାର୍ଲ୍ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା ! ଭାଇରାଲ୍ ହେଉଥିବା ଫଟୋ ପୋଲିସ୍ କର୍ମଚାରୀଙ୍କ ନୁହେଁ : ବଲାଙ୍ଗୀର ଏସ୍.ପି ।

ବଲାଙ୍ଗିର,୧୭/୧ : ଅପେରା ମଞ୍ଚରେ ଆଇଟମ୍ ଗାର୍ଲ୍ ନିଶା ମହାରଣାଙ୍କ ଅଶ୍ଳୀଳ ନାଚ ପରିବେଷଣ ଘଟଣାରେ ପୁଣି ନୂଆଁ ଟୁଇଷ୍ଟ । ଭାଇରାଲ୍ ହେଉଥିବା ଫଟୋ ପୋଲିସ୍ କର୍ମଚାରୀଙ୍କ ନୁହେଁ ବରଂ ଏହା ନୀଳମଣି ନାମକ ଏକ ବ୍ୟକ୍ତିର ବୋଲି ଆଜି ଗଣାମଧ୍ୟାମ ଆଗରେ ନିଜେ ଖୋଦ୍ ବଲାଙ୍ଗୀର ଏସ୍.ପି ଅଭିଳାଷ ଜୀ ସୂଚନା ଦେଇଛନ୍ତି । ସୂଚନା ମତେ ଗତ ୧୨ ତାରିଖରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଅପେରା ଦୂର୍ଗା ମନ୍ଦିରରେ ଆଇଟମ୍ ଗାର୍ଲ୍ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଚନ୍ଦନଭାଟି ଫାଣ୍ଡିରେ କାର୍ଯ୍ୟରତ ଏଏସ୍ଆଇ ତଥା ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଗତ ୧୪ ତାରିଖରେ ଯାତ୍ରା ଆୟୋଜକ କମିଟିର ସଭାପତି ସୁରେନ୍ଦ୍ର ନାଗ, ସମ୍ପାଦକ ରାଧେଶ୍ୟାମ ମେହେର, ଅପେରା ମ୍ୟାନେଜର ଶଙ୍କର ସେନାପତିଙ୍କ ସହ ଅନ୍ୟ ଆୟାଜକ କମିଟିର ସଦସ୍ୟଙ୍କ ବିରୁଦ୍ଧରେ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ୨ ଆୟୋଜକ କମିଟିର ସଭାପତି ସୁରେନ୍ଦ୍ର ନାଗ, ସମ୍ପାଦକ ରାଧେଶ୍ୟାମ ମେହେରଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସଂପୃକ୍ତ ୨ ଆୟୋଜକଙ୍କ କୋର୍ଟରେ ଜାମିନ୍ ମଞ୍ଜୁର ହୋଇଥିଲା । ଅନ୍ୟପକ୍ଷରେ ଏହି ଘଟଣାରେ ଅପେରା ମ୍ୟାନେଜର ଶଙ୍କର ସେନାପତି ଫେରାର ହୋଇଯାଇଥିବା ବେଳେ ବଲାଙ୍ଗୀର ପୋଲିସ୍ ପକ୍ଷରୁ ଗୋଟିଏ ଟିମ୍ ଭୁବନେଶ୍ୱର ଯାଇ ନିଶା ମହାରଣାକୁ ଖୋଜୁଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସାରା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗତକାଲି ଏହି ଘଟଣାର ଅନ୍ୟ ଏକ ଭିଡିଓ ଭାଇରାଲ ହୋଇ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା । ଉକ୍ତ ଭିଡିଓରେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଖୋଦ୍ ଏହି ଅପେରାକୁ ନଡିଆ ବାଡେଇ ଉଦଘାଟନ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ସେ ନିଜେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ମଞ୍ଚ ତଳେ ବସି ଉପଭୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଫାଣ୍ଡି ଅଧିକାରୀଙ୍କ ଦୋମୁହାଁ ନିତୀକୁ ନେଇ ଖବର ପ୍ରସାରଣ ହୋଇଥିଲା । ଫାଣ୍ଡି ଅଧିକାରୀଙ୍କ ଖବରକୁ ଭିତ୍ତି କରି ସଂପୃକ୍ତ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଚନ୍ଦନଭାଟି ଫାଣ୍ଡିରୁ ବଇରାସର୍ ଫାଣ୍ଡିକୁ ବଦଳି କରାଯାଇଥିଲା । ତେବେ ଆଜି ପୁଣି ଏହି ଘଟଣାରେ ଏକ ନୂଆଁ ଟୁଇଷ୍ଟ ଆସିଛି । ଭାଇରାଲ୍ ହେଉଥିବା ଫଟୋ ପୋଲିସ୍ କର୍ମଚାରୀଙ୍କ ନୁହେଁ ବରଂ ଏହା ନୀଳମଣି ନାମକ ଏକ ବ୍ୟକ୍ତିର ବୋଲି ନିଜେ ଖୋଦ୍ ବଲାଙ୍ଗୀର ଏସ୍.ପି ଅଭିଳାଷ ଜୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏନେଇ ସମ୍ପୃକ୍ତ ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଙ୍କୁ ପଚାରିବାରୁ ସେ ମଧ୍ୟ ଭାଇରାଲ ହେଉଥିବା ବୃତ୍ତ ଚିହ୍ନଟ ଟୋପି ପିନ୍ଧା ବ୍ୟକ୍ତି ମୁଁ ନୁହେଁ ବରଂ ଏହା ବାଘଲା ଗାଁର ନୀଳମଣି ସେଠ୍ ଙ୍କ ବୋଲି କହିଛନ୍ତି । ତେବେ ଆଗକୁ ଏହି ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ