Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳଷଷ୍ଠୀରେ ନେତାଙ୍କ ମହାମିଳନ

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଟୀ ଯାତ୍ରାରେ ଗତ ୨ ଦିନ ଧରି ନେତାଙ୍କବି ଭିଡ ଜମିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ଛାମୁଆଁ ନେତା ମାନେ ସହରର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ସ୍ଥଳକୁ ଯାଇ ଆଶିର୍ବାଦ ଭିକ୍ଷା କରିଥିବା ବେଳେ ଏଥିରେ ବିକେଡିବି ପଛରେ ପଡିନି । ବିଜେଡିର ଛାମୁଆଁ ନେତା ତଥା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହୀତ ପୂଝାରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଝାରୀ,ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାଶ ପ୍ରମୂଖ ଛାମୁଆ ନେତା ନିଜ ନିଜ ସମର୍ଥକ ମାନଙ୍କ ସହିତ ବିଭିନ୍ନ ସ୍ଥାନରେ ଶୀବ ପାର୍ବତୀ ତଥା ଯୁଗଳମୂର୍ତ୍ତିଙ୍କ ଦର୍ଶନ କରି ଆଶିର୍ବାଦ ଲଭିଛନ୍ତି । ଏପରିକି ସମ୍ବଲପୁରର ପୁର୍ବତନ ବିଧାୟିକା ତଥା ବିଜେଡି ମୁଖପାତ୍ର ଡା. ରାଶେଶ୍ୱରୀ ପାଣିଗ୍ରାହୀ ଓ ତାଙ୍କ ଟିମ ଦ୍ୱାରା ଆଜି ଗୋଲବଜାର ଛକରେ ଖିଚିଡି ଭୋଗର ବ୍ୟବସ୍ଥା କରାଯାଇଛି । ଅବଶ୍ୟ ବହୁ ପୁର୍ବରୁ କାଳିଆ ଉପଦେଷ୍ଟା ତଥା ବିଜେଡିର ଅନ୍ୟତମ ମୁଖପାତ୍ର ସଞ୍ଜୟ ବାବୁ ବିଭିନ୍ନ କମିଟିରେ ନିଜ ସମର୍ଥକ ମାନଙ୍କ ସହ ବ୍ୟକ୍ତିଗତ ଉପସ୍ଥିତିରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ବଣ୍ଟନ କରିଥିବା ବେଳେ ସବୁଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।