Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ ୨୮ରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ। ତେବେ ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇପାରେ ପରୀକ୍ଷା ଫଳ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ, ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଖାତା ଦେଖା ସରିଥିବା ବେଳେ ଟାବୁଲେସନ୍ ମଧ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ପ୍ରଥମେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏହାପରେ ଜୁନ୍ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ