Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁକ ମୁନ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା

କେନ୍ଦୁଝର,୨|୨: ପାଣି ପିଇବା ଆଳରେ ରଚିଲେ ନାଟକ | ଲୁଟିନେଲେ ୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷର ସୁନା ଗହଣା । ବ୍ୟବସାୟୀଙ୍କୁ ବନ୍ଧୁକ ମୁନ ଦେଖାଇ କଲେ ଲୁଟ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଂଶପାଳ ଶୁଆକାଟି ଫାଣ୍ଡି କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ | ଯେଉଁଠି ସଶସ୍ତ୍ର ଡକାୟତି ହୋଇଛି। ଗତ ରବିବାର ବିଳମ୍ବିତ ରାତିରେ ହଠାତ୍ ଆସିଥିଲେ ଆଠ ଜଣ ମୁଖା ପିନ୍ଧା ଡକାୟତ । ଏବଂ ବ୍ୟବସାୟୀ ସଂଗ୍ରାମ କେଶରୀ ନାଏକଙ୍କ ଘରକୁ ପଶିଥିଲେ ପାଣି ମାଗିବା ବାହାନାରେ । ଦୁର୍ଘଟଣା ହୋଇଛି ବାବୁ ଟିକେ ପିଇବାକୁ ପାଣି ଦିଅ । ଆଉ ଘରେ ପଶି ପରେ ବନ୍ଧୁକ ମୁନ ଦେଖାଇ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଏବଂ ୧୧ ଲକ୍ଷ ଟଙ୍କାର ସୁନା ଗହଣା ।

ସଂଗ୍ରାମ ଙ୍କ କହିବାନୁସାରେ, ଡକାୟତ ମାନେ ପ୍ରଥମେ ଜଣେ ବ୍ୟକ୍ତିକୁ ଟେକି ଟେକି ଆଣି ଦୁର୍ଘଟଣା ହୋଇଯାଇଛି ବୋଲି କହି ଟିକେ ପାଣି ଦିଅ ବୋଲି ନାଟକ ରଚିଥିଲେ । ଆଉ ଯେତେବଳେ ଘର ଲୋକେ ପାଣି ଦେବାକୁ କବାଟ ଖୋଲିଲେ ଠିକ ସେତିକିବେଳେ ୮ ଜଣ ମୁଖା ପିନ୍ଧା ଡକାୟତ ତୁରନ୍ତ ଘର ଭିତରେ ପଶି ଯାଇଥିଲେ | ପରେ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ସବୁ ଛଡାଇ ନେବା ସହ ସମସ୍ତ ଙ୍କୁ ଗୋଟେ ଘରେ ପୁରାଇ କାବାଟ ବନ୍ଦ କରି ଦେଇଥିଲେ ।

ଆଉ ତା’ପରେ ଘରର ଅଲମାରି,ଖଟର ବକ୍ସ ଓ ବ୍ୟାଗ ଆଦି ଖୋଲି ତନ୍ନ ତନ୍ନ କରି ଖୋଜି ସମସ୍ତ ଟଙ୍କା ପଇସା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ । ଡକାୟତ ମାନଙ୍କ ମଧ୍ୟରୁ ୭ ଜଣ ମୁଖା ପିନ୍ଧିଥିଲେ। ଏବଂ ଜଣେ ମୁଖା ପିନ୍ଧି ନ ଥିଲା । ସମସ୍ତ ଙ୍କ ହାତରେ ବନ୍ଧୁକ ଥିବା ସଂଗ୍ରାମ କହିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ