Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକାଉଣ୍ଟରେ ଥିଲା ୧୭ ଟଙ୍କା, ଜମା ହେଲା ୧୦୦ କୋଟି; ରାତାରାତି ବଦଳିଗଲା ଦିନ ମଜୁରିଆଙ୍କ ଭାଗ୍ୟ!

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରୁ ଏକ ଚକିତ କଲା ଭଳି ଖବର ସାମାକୁ ଆସିଛି। ରାତାରାତି କୋଟିପତି ହୋଇଗଲେ ଜଣେ ଦିନ ମଜୁରିଆ କର୍ମଚାରୀ। ଏହା ତାଙ୍କ ପାଇଁ କୌଣସି ସ୍ୱପ୍ନଠୁ କମ ନଥିଲା। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ମହମ୍ମଦ ନାସିରୁଲ୍ଲା ମଣ୍ଡଳ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରାତାରାତି ଜମା ହୋଇଥିଲା ୧୦୦ କୋଟି ଟଙ୍କା। ଏହା ପୂର୍ବରୁ ଆକାଉଣ୍ଟରେ ଥିଲା ମାତ୍ର ୧୭ ଟଙ୍କା।

ଏକ ସାଇବର ସେଲ ବିଭାଗର ନୋଟିସ ପାଇବା ପରେ ତାଙ୍କ ଆକାଉଣ୍ଟରେ ବିପୁଳ ଧନ ଜମା ହୋଇଥିବା ବିଷୟରେ ଜାଣିବାକୁ ପାଇଥିଲେ ସେ। ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ସାଇବର ସେଲ୍ ପକ୍ଷରୁ ମେ ୩୦ ରେ ହାଜର ହେବାକୁ ମଣ୍ଡଳଙ୍କୁ ସମନ ଜାରି କରାଯାଇଛି।

“ତେବେ ଏ ସମ୍ପର୍କରେ ବ୍ୟକ୍ତି ଜଣକ କହିଛନ୍ତି ଯେ ପୋଲିସର କଲ୍ ପାଇବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋ ଆକାଉଣ୍ଟକୁ ଏତେ କେଉଁଠୁ ଆସିଲା ସେ ବିଷୟରେ ମୁଁ କିଛି ଜାଣି ନଥିଲି। ଏହା ମୋ ନିଦ ହଜାଇ ଦେଇଥିଲା। “ମୋ ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟି ଟଙ୍କା ଥିଲା ବୋଲି ପ୍ରଥମେ, ମୁଁ ଏହାକୁ ବିଶ୍ବାସ କରିପାରିଲି ନାହିଁ। ଜାଣବା ପାଇଁ ବାରମ୍ବାର ଯାଞ୍ଚ କରିଥିଲି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନେଣଦେଣ ସମ୍ପର୍କରେ ଜାଣିବା ପାଇଁ ମୁଁ ବ୍ୟାଙ୍କ ମଧ୍ୟ ଯାଇଥିଲି ହେଲେ ସେଠାରେ ଜାଣିବାକୁ ପାଇଲି ଯେ ବ୍ଲକ୍‌ ହେବା ପୂର୍ବରୁ ଆକାଉଣ୍ଟରେ ମାତ୍ର ୧୭ ଟଙ୍କା ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ