Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରିବାରିକ କଳହ ନେଲା ଭୟଙ୍କର ରୂପ! ଫ୍ୟାନ୍‌ରେ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

ଯାଜପୁର,୧୦।୨: ପାରିବାରିକ କଳହରୁ ଆତ୍ମହତ୍ୟା | ଫ୍ୟାନରେ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ। ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତର କୁକୁଡ଼ା ଖାଳେଇ ଗ୍ରାମରେ ଏଭଳି ଅଘଟଣ ଘଟିଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମୃତ ଦମ୍ପତି ହେଉଛନ୍ତି ବାବୁଲା ମଲିକଙ୍କ ପୁଅ ଜଜ ମଲିକ (୨୪ ବର୍ଷ) ଏବଂ ତାଙ୍କ ବୋହୂ ଝରଣା ମଲିକ (୨୨ ବର୍ଷ)।

ସୂଚନା ଅନୁଯାୟୀ, ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତର କୁକୁଡ଼ା ଖାଳେଇ ଗାଁର ବାବୁଲା ମଲିକଙ୍କ ପରିବାରରେ କିଛି କାରଣ ଯୋଗୁଁ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ସୋମବାର ରାତି ପ୍ରାୟ ସାଢେ ୯ଟାରେ ଗାଁରେ ଅଷ୍ଟପ୍ରହରୀ ଚାଲୁଥିବା ସମୟରେ ପୁଅ ଜଜ୍ ଏବଂ ବୋହୂ ଝରଣା ଅଷ୍ଟପ୍ରହରୀକୁ ଆସି ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ। ତେବେ ଘରେ ପହଞ୍ଚିବା ପରେ ଉଭୟେ ମିଶି ରାତ୍ରି ଭୋଜନ ଏକାଠି ଖାଇଥିଲେ। କିନ୍ତୁ ପରେ ପୁଅ ଜଜ ଆଉ ଅଷ୍ଟପ୍ରହରୀକୁ ଆସି ନଥିଲେ | ଏଥିରେ ବ୍ୟସ୍ତ ହୋଇ ବାପା ବାବୁଲା ଘରକୁ ପୁଅକୁ ଡାକିବାକୁ ଯାଇଥିଲେ। କିନ୍ତୁ କବାଟ ବନ୍ଦ ଥିବାରୁ ଓ କେହି ନଶୁଣିବାରୁ କିଛି ଅଘଟଣ ସନ୍ଦେହ କରି କବାଟ ଭାଙ୍ଗିଥିଲେ। ଉଭୟ ପୁଅ ଆଉ ବୋହୁକୁ ଏକ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ପାଇ ପୋଲିସ ଉଭୟଙ୍କ ଶବକୁ ଜବତ କରିବା ସହିତ ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ