ୟୁଜିସି ବିଲ ଲାଗୁ କରିବାକୁ ଶୋଭଯାତ୍ରା..ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ…l
ଲକ୍ଷ୍ମୀପୁର 10/02 …ୟୁଜିସି ନିୟମାବଳୀ ୨୦୨୬ କୁ ବଲବତ୍ତର ରଖିବା ସହ ଉକ୍ତ ନିୟମକୁ ପରିବର୍ତନ କିମ୍ବା କୋହଳ ନକରିବା ନିମନ୍ତେ ଏକ ଶାନ୍ତି ଶୋଭାଯାତ୍ରା ମାଧ୍ୟମରେ ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ରୁ ତହସିଲ କାର୍ଯ୍ୟାଳୟ ପହଂଚି ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି… ଏନେଇଁ ପ୍ରଥମେ ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ଠାରେ ଏକ ସର୍ବ ସମ୍ପ୍ରଦାୟ ବୈଠକ କରାଯିବା ପରେ ଶୋଭାଯାତ୍ରା ବାହାରିଥିଲା…ଶୋଭାଯାତ୍ରା ରେ ବିଭିନ୍ନ ପ୍ଳାଗ କାର୍ଡ ଧରି ବାହାରି ଥିଲେ ଶତାଧିକ ଲୋକ…ଲକ୍ଷ୍ମୀପୁରର ଏସଟି, ଏସସୀ,ଓବିଶି ଓ ମାଈନୋରିଟି ସମ୍ପ୍ରଦାୟର ସଭ୍ୟମାନେ ଉପସ୍ଥିତ ରହିଥିବା ବେଳେ ସୁରକ୍ଷା ଦୃଷ୍ଟି ରୁ ପୋଲିସ ମୃତୟନ ହୋଇଥିଲେ… ଏହି ୟୁଜିସି ନିୟମ ଲାଗୁ ହେଲେ ମହିଳା ମାନଙ୍କ ସମେତ ଅନେକ ପଛୁଆ ଶ୍ରେଣୀର ଛାତ୍ର ଛାତ୍ରୀ ଉପକୃତ ହେବେ ତେଣୁ ସର୍ବୋଚ୍ଚ ନ୍ୟାୟ ଳୟ ଦ୍ୱାରା ଯାହା ସ୍ଥଗିତ ହୋଇ ରହିଛି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ସକାଶେ ସରକାର ପଦକ୍ଷେପ ନିଅନ୍ତୁ ନଚେତ ଆଗକୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି…କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା,ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା, କୈଳାଶ ଖୋସଲା,ଯୁବନେତା ମଣ୍ଟି ଖରା,ଦେବ ଖରା, ଇଷ୍ଟ ସଗରିଆ, ବୁଲୁ ଖରା, ବିଶ୍ୱଜିତ ଗରଡ଼ା, ହେମନ୍ତ ହାଲବା, ଶ୍ରୀବତ୍ସ ଖରା,ଆପାରାଓ ୱାଡେକା, ଚିତ୍ରସେନ ବାଘ, ରାଧେଶ୍ୟମ ଯାନୀ,ଘନ ଶ୍ୟାମ ହାଲବା, ବିପିନ ମାଣ୍ଡିଙ୍ଗାସମେତ କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

