Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମଗୁଡା ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଲକ୍ଷ୍ମୀପୁର ୧୭/୦୨
ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ଇନ୍ଦ୍ର ପାଞ୍ଜିଆଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରେ ଥିବା କିଛି ଅଭିଯୋଗକାରୀ ଲୋକେ ଯୋଗ ଦେଇଥିବା ବେଳେ ଅଧିକାଂଶ ପାନୀୟ ଜଳ, ରାସ୍ତା ନିର୍ମାଣ,ଅଙ୍ଗନବାଡି କେନ୍ଦ୍ର ମରାମତି,ପଞ୍ଚାୟତ ରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ରେ ପାନୀୟ ଜଳ ର ସମସ୍ୟା ଥିବା ଓ କିଛି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାକୁ ନେଇ ଅଭିଯୋଗ ହୋଇଥିଲା।ଲକ୍ଷ୍ମୀପୁର ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା ଉପସ୍ଥିତ ରହି ପଞ୍ଚାୟତ ରେ ଲାଗି ରହିଥିବା ପ୍ରତ୍ୟେକ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ପାର୍ବତୀ ଆଚାର୍ଯ୍ୟ ଓ ସମିତି ସଭ୍ୟ ସୁରେନ୍ଦ୍ର ମୁସ୍କା
ଉପସ୍ଥିତ ଥିଲେ।ଏହି ଶିବିର ରେ ଏମ୍ ବିକେ ମହିଳା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟରାମ ସାଙ୍କିଆ ଶିବିର ପରିଚାଳନା କରିଥିବା ବେଳେ ଏଡିଓ ଲକ୍ଷ୍ମୀକାନ୍ତ ବିଶୋଇ ତ୍ରିନାଥ ସାହୁ ସହଯୋଗ କରିଥିଲେ।ଏଥି ସହ ଅଙ୍ଗନବାଡି କେନ୍ଦ୍ର ପରିଶରରେ ଅଇଁଠା ଦ୍ରବ୍ୟ ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ରଖି ବାହାରେ ଫିଙ୍ଗିବେ,ଯେପରିକି ବାହାରୁ କୌଣସି ଗାଈ ଗୋରୁ କୁକୁର କେନ୍ଦ୍ର ପରିଶରରେ ପସିବେ ନାହିଁ ସେଥି ପ୍ରତି ଦୃଷ୍ଟି ଦେବାକୁ କର୍ମୀ ମାନଙ୍କୁ ସିଡିପିଓ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ