Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶମ ଶ୍ରେଣୀ ଛାତ୍ର ଙ୍କ ଗଳା କାଟିଦେଲା ଅନ୍ୟ ଜଣେ ଯୁବକ…ସାମାନ୍ୟ ବଚସା କୁ ନେଇଁ ଗଣ୍ଡଗୋଳ…

ଲକ୍ଷ୍ମୀପୁର ୧୭/୦୨ …ସାମାନ୍ୟ ବଚସା କୁ ନେଇଁ  ଦଶମ ଶ୍ରେଣୀର ଛାତ୍ର ଙ୍କ ଗଳା କାଟିଦେଲା ଅନ୍ୟ ଜଣେ ଯୁବକ…..ଆହତ ଛାତ୍ର ଜଣକ ହେଲେ ରାୟଗଡା ଜିଲ୍ଲା  ବଡ଼ ଚେକା ଗାଁ ର ଅରିଞ୍ଜ ମେଲେକା…. ଅରିଞ୍ଜ ଗତ କାଲି ଶିବରାତ୍ର ସକାଶେ କୋରାପୁଟ ଜିଲ୍ଲା ଚୁଚୁ କଣା ଗାଁ କୁ ଆସିଥିଲା, ସେଠାରେ କେସକା ପାଢ଼ୀ ଗାଁ ର ହେକନା କୁଲେସିକା  ଙ୍କ ସହ ସାମାନ୍ୟ କିଛି ଟଙ୍କା  ଦେଣ ନେଣ କୁ ନେଇଁ ଉଭୟଙ୍କ ବଚସା ହୋଇଥିଲା… ବଚସା ଉଗ୍ରରୂପ ନେବା ପରେ ହେକେନା ନିଜେ ଧରି ଥିବା ଛୁରୀ ରେ ଅରିଞ୍ଜ ର ବେକ କୁ କାଟି  ଦେଇଥିଲା… ଗୁରୁତ୍ୱ ର ଅବସ୍ଥା ରେ ଛାତ୍ର ଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି.. ଚୁଚୁକଣା ଗାଁ ଟି ଲକ୍ଷ୍ମୀପୁର ଥାନା ଅଧୀନ ରେ ଥିବା ରୁ ପୋଲିସ ପହଂଚି ତଦନ୍ତ ଜାରି ରଖିଛି….ଖବର ଲେଖାଯିବା ସୁଧା କାହାରିକୁ ଗିରଫ କରାଯାଇ ନଥିବା ବେଳେ ଥାନା ରେ ଏକ ମାମଲା ରୁଜୁ ହୋଇଥିବା ସବ ଇନିସ୍ପେକ୍ଟର ରଞ୍ଜିତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ