Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଡଜାତ ସହର ଗୁଡାରି ପାଇକ ସାହିରେ ଠାକୁରାଣୀ ଯାତ୍ରା ପାଳନ

ଗୁଡାରି, ଗଡଜାତ ସହର ଗୁଡାରିରେ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।ଗତ ଚାରି ବର୍ଷ ଧରି କରନା ମହାମାରୀର ପ୍ରକୋପ ଯୋଗୁଁ ଠାକୁରାଣୀ ଯାତ୍ରା ହୋଇ ପାରୁନଥିବା ବେଳେ ଏହିବର୍ଷ ବହୁ ଆଡମ୍ବର ସହ ପାଳନ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ବହୁ ପୂରାତନ ଯୁଗରୁ ମାଁ ଠାକୁରାଣୀଙ୍କ ଘଟ ପର୍ବ ଗୁଡାରି ପାଇକ ସାହିରେ ପାଳନ ହୋଇ ଆସୁଛି। ଏହିବର୍ଷ ମଧ୍ୟ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ସାହିର ସମସ୍ତ ଭକ୍ତ ତଥା ଶ୍ରାଦ୍ଧାଳୁ ବାଜା ବାଜଣା ବଜାଇ ମାଁ ଠାକୁରାଣୀ ମନ୍ଦିରକୁ ଯାଇ ମାଙ୍କ ଆଜ୍ଞା ମାଲ ନେଇ ପୂଜାର୍ଚ୍ଚନା କରି ମାଁ ଠାକୁରାଣୀଙ୍କୁ ନିମନ୍ତ୍ରଣ ପୂର୍ବକ ମନ୍ଦିରରୁ ପାଇକ ସାହିର ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ବହୁତ ଉଛବ,ନାଚଗୀତ ସହ ବେଜୁନାଟ କରି ମାଙ୍କୁ ଅଣାଯାଇଥିଲା। ଠାକୁରାଣୀ ମନ୍ଦିର ପୂଜକ ଦୁର୍ଗା ପୂଜାରୀ, ପ୍ରସନ୍ନ ପୂଜାରୀ,ରାମ ପୂଜାରୀ, କୁଶ ପୂଜାରୀ, ଗୌରୀ ପୂଜାରୀ ମାଙ୍କୁ ପୂଜାର୍ଚ୍ଚନା କରିବା ସହ ମାଙ୍କ ଆଜ୍ଞା ନେଇ ପାଇକ ସାହିର ଅସ୍ଥାୟୀ ମଣ୍ଡପକୁ ନିମନ୍ତ୍ରଣ ସହ ଆଣିଥିଲେ। ଶୁକ୍ରବାର ଦିନ ପାଦ ଆଣିବାପରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମାଁ ଏଠାରେ ପୂଜା ପାଇବେ। ସାହିର ମାଂଣ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ଯୁବକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇଥି। ଉକ୍ତ କାର୍ଯ୍ୟକ୍ରମକୁ ସାହିର ଯୁବଗୋଷ୍ଠୀ ପରିଚାଳନା କରୁଛନ୍ତି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ