Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କଲେ ଗ୍ରାମବାସୀ; ୪ ଘଣ୍ଟା ରହିଲେ ଅଟକ

ଚଣ୍ଡୀଗଡ: ଗୃହବନ୍ଦୀ ହେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କଲେ ଗ୍ରାମବାସୀ। ଦୀର୍ଘ ୪ଘଣ୍ଟା କାଳ ଗୋଟିଏ ଘରେ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଦେଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି ଘଟଣା ଘଟିଛି ହରିଆଣାରେ ।

ହରିଆଣା ମୁଖ୍ୟମନ୍ତ୍ରୀ  ମନୋହର ଲାଲ ଖଟ୍ଟର ମହେନ୍ଦ୍ରଗଡରେ ଏକ ତିନି ଦିବସୀୟ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ଏହି ଅବସରରେ ଗ୍ରାମବାସୀ ତାଙ୍କ ଗାଁକୁ ଉପ ତହସିଲ ମାନ୍ୟତା ଦେବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଗ୍ରାମକୁ ଉପ ତହସିଲ ମାନ୍ୟତା ଦେବାର ଘୋଷଣା ବି କରିଥିଲେ । ହେଲେ କୌଣସି ପ୍ୟାକେଜ ଘୋଷଣା କରିନଥିଲେ।

ଉକ୍ତ ଗାଁରେ ରାତ୍ରିଯାପନ କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଗାଁ ଲୋକେ ଯେମିତି ଜାଣିବାକୁ ପାଇଲେ ଯେ ମୁଖ୍ୟମନ୍ତ୍ରୀ ସୀମହା ଗାଁକୁ ଉପତହସିଲ ଘୋଷଣା କରିଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତକୁ ବହିଷ୍କାର କରିଥିଲେ ଏବଂ ସେହି ରାତିରେ ହିଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଆରମ୍ଭ କରି ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ