Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଭାର ପରିବାର ପ୍ରତିଷ୍ଠା ଦିବସରେ ମେଗା ରକ୍ତଦାନ ଶିବିର

ସମ୍ବଲପୁର: ଆଭାର ପରିବାରର ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ତଥା ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଢାଅଜା ସ୍ଥିତ ଜଗନ୍ନାଥ ମନ୍ଦିର ପାର୍କ ଠାରେ ଓଡିଶା ସରକାରଙ୍କ ବୁର୍ଲା ଭିମସାର ରକ୍ତ ଭଣ୍ଡାରର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଦ୍ୱାରା ଏହି ରକ୍ତ ସଂଗ୍ରହ କରାଯାଇଥିଲା । ଏହାକୁ ଡା. ବରୁଣ ମେହେର ,ଦେବାଶିଷ ମିଶ୍ର,କାଉନସିଲର ମଣ୍ଟୁ ପ୍ରଧାନ,ଜନକ ବେହେରା,ପାଏନୁ ଭୋଇ,ସଞ୍ଜିବ ବେରା ପରିଚାଳନା କରିଥିଲେ । ଏଥରେ ଦୁଲାଲ ଚନ୍ଦ୍ର ପ୍ରଧାନ,ପ୍ରେୟାଂଶୁ ଶେଖର ପତି,ସୁବାସ ଚନ୍ଦ୍ର ବାରିକ,କିଶୋର ଓରାମ୍,,ବିକାଶ ଚନ୍ଦ୍ର ଦେବତା,,ତୁଷାର କାନ୍ତ ବେହେରା,ଧବଲି ମାଝି,ଅବିନାଶ ବେହେରା,ସମୀର ବିଭାର,ସାଲେଗ୍ରାମ ପ୍ରଧାନ,ଦିଲିପ କୁମାର ମହାନ୍ତି,ମନୋଜ ଭୋଇ,ରଞ୍ଜନ ମହାକୁଡ,ଅନିଲ ପାଣିଗ୍ରାହୀ,ସୁବ୍ରତ ମିଶ୍ର,ଯୁଧିଷ୍ଟିର ନାରାୟଣ,ମିକୁନ ବାରିକ ପ୍ରମୂଖ ରକ୍ତଦାନ କରିଥିଲେ । ଏହାକୁ ଆଭାର ପରିବାରର ସଭାପତି ସୁଶାନ୍ତ ପୁରୋହୀତ, ସାଧାରଣ ସଂପାଦକ ସୁଶାନ୍ତ ନାଥ, ସହ ସଂପାଦକ ଅବିନାଶ ନନ୍ଦ,କୋଷାଧ୍ୟ ସୁବ୍ରତ ମି୍ଶ୍ର ଙ୍କ ସହିତ ଡା.ରାଜାରାମ ଷଡଙ୍ଗୀ ,ସ୍ମୃତି ରଞ୍ଜନ ମହାପାତ୍ର ,ବ୍ରଜେନ୍ଦ୍ର ପଣ୍ଡା,ଅଜିତ ହୋତା,ସାନ୍ତାନୁ ନନ୍ଦ,ଦୀପକ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଥିରେ ସହଯୋଗ କରିଥିଲେ।ପ୍ରବଳ ରୌଦ୍ର ତାପ ସତ୍ତ୍ୱେ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା ।