ଜମନକିରା ଦଶଘରିଆ ଠାରେ ନାମ ଯଜ୍ଞ ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଦଶଘରିଆ ପଡ଼ାରେ ଆଜି ଅଷ୍ଟପ୍ରହରି ନାମଯଜ୍ଞ ସମାପନ ହୋଇଯାଇଛିl ଗତ ଫେବୃୟାରୀ ୨୫ ତାରିଖ ଦିନ ଶୁଭାରମ୍ଭ ହୋଇଥିବା ଶ୍ରୀଶ୍ରୀ କେଶବ ଠାକୁରଙ୍କ ନାମଯଜ୍ଞ ଆଜି ସମାପନ ହୋଇଥିବା ବେଳେ ଉକ୍ତ କାର୍ଯ୍ୟ ପାଇଁ ଅପରାହ୍ନ ସାଢେ଼ ୪ଟା ସମୟରେ କଳସ ଯାତ୍ରା, ଯଂଜ୍ଞ ମଣ୍ଡପ ପ୍ରତିଷ୍ଠା ଏବଂ ୨୬ ତାରିଖ ସକାଳ ୭ଟା ସମୟରେ ଠାକୁର ମଣ୍ଡପକୁ ଆବାହନ, ସୂର୍ଯ୍ୟ ପୂଜା, ଠାକୁର ପୂଜା, ସର୍ବ ଦେବା ଦେଵୀ ପୂଜନ ସହ ମହାମନ୍ତ୍ର ଆରମ୍ଭ ହୋଇଥିଲା।ହୋମ ଆଳତୀ ଏବଂ ପୂର୍ଣ୍ଣାହୂତି ଅପରାହ୍ନ ୧ଟା ସମୟରେ ଶେଷ ହୋଇଥିବା ବେଳେ ଅପରାହ୍ନ ସାଢେ଼ ୩ଟାରେ ନଗର ପରିକ୍ରମା କରାଯାଇଥିଲା। ତାପରେ ଅନ୍ନପ୍ରସାଦ ସେବନ ହୋଇଥିଲା।ଚଳିତ ବର୍ଷ ଜମନକିରା ଦଶଘରିଆ ଠାରେ ନୂତନ ଭାବେ ଅଷ୍ଟ ପ୍ରହରୀ ନାମଯଂଜ୍ଞ ଆରମ୍ଭ ହେlଇଥିବା ବେଳେ କର୍ତ୍ତା ଭାବରେ ଛତୁ କଲେତ ଓ ତାଙ୍କ ଧର୍ମପତ୍ନୀ ଲୀନା ପାତ୍ର ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଦଶଘରିଆ ପଡାବାସୀ ମାନଙ୍କ ଉଦ୍ୟମରେ ନାମ ଯଂଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ କିଶୋର ବାଘ, ସୁରେଶ ବାଘ, ସୁରେନ୍ଦ୍ର ବୁଡ଼ା, ଅଶୋକ ଜାମୁଡାଳିଆ, ବିନୋଦ ନାଏକ, ବୀଣାପାଣି ନାଏକ, ରବି ଭଞ୍ଜ, ନାରାୟଣ ନାଏକ ପ୍ରମୁଖଙ୍କ ସମେତ ବହୁ ଭକ୍ତ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

