ରାଜ୍ୟରେ ଏସଏଚଜି ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ପାଣ୍ଠି 


ଭୁବନେଶ୍ବର: ଏସଏଚଜି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କଲେ ରାଜ୍ୟ ସରକାର। ଏହାସହିତ ରାଜ୍ୟସ୍ତରରେ ଗଠନ ହେବ ଏସଏଚଜି ଫେଡରେସନ। ଏନେଇ ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଭଳି ଗଠନ ହେବ ଏହି ଫଣ୍ଡ । କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ, କିମ୍ବା ମୃତ୍ୟୁ ମୁଖରେ ପଡିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ୩ରୁ ୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ ବୋଲି ସୂଚନା ମିଳିଛି।