Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ହୁଇପ୍ ଜାରି

ଭୁବନେଶ୍ବର,୧୨।୩ :ରାଜ୍ୟସଭା ନିର୍ବାଚନକୁ ନେଇ ରହିଛି କ୍ରସ ଭୋଟିଂର ଭୟ। ଏନେଇ ହୁଇପ୍ ଜାରି କରିଛି ବିଜେଡି। ସାଂସଦ ମାନଙ୍କୁ ଭୁବନେଶ୍ବର ନ ଛାଡିବାକୁ ବିଜେଡିର ହୁଇପ୍ ଜାରି । ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏହାସହିତ ସମସ୍ତ ବିଧାୟକକୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡିରେ ଚିନ୍ତା ଦେଖାଦେଇଛି । ରାଜ୍ୟସଭାକୁ ନେଇ କ୍ରସ ଭୋଟିଂ ଏବଂ ଭୋଟ ନାକଚ ଭୟ ମଧ୍ୟ ବିଜେଡିକୁ ରହିଛି । ଏପରିକି ବିଧାୟକଙ୍କ ଭୋଟରେ ଏପଟ ସେପଟ ଏବଂ ନ ଆସିବା ଚିନ୍ତା ମଧ୍ୟ ଘାରିଛି। ସେଥିପାଇଁ ବିଧାୟକଙ୍କ ଉପରେ କଡ଼ା ନଜର ରଖିଛି ଦଳ । ଅନ୍ୟପଟେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବିଧାୟକମାନଙ୍କୁ ଏକାଠି ରଖିବାକୁ ଉଦ୍ୟମ ଚଳାଇଛନ୍ତି । ନିୟମିତ ବିଧାୟକଙ୍କୁ ନବୀନ ନିବାସକୁ ଡାକି ବୈଠକ କରାଯାଉଛି। ଗତ ମଙ୍ଗଳବାର ପ୍ରାୟ ୧୦ରୁ ଅଧିକ ବିଧାୟକଙ୍କୁ ଡକାଯାଇଥିଲା ନବୀନ ନିବାସ । ବିଜେଡି ସୁପ୍ରିମୋଙ୍କ ସହ ସେମାନେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଚତୁର୍ଥ ଆସନ ପାଇଁ ବିଜେଡ଼ି ପକ୍ଷରୁ ଡ. ଦତ୍ତେଶ୍ଵର ହୋତା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଟେବେ ଏଥିରେ କଂଗ୍ରେସର ପୂର୍ଣ୍ଣ ସମର୍ଥନ ରହିଛି । ଅନ୍ୟପଟେ ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ବିଜେପି ସମର୍ଥନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ତେବେ କିଛିଦିନ ତଳେ ଦିଲ୍ଲୀପ ରାୟ ଯେପରି ନିଜର ବିଜୟ ହେବାକୁ ନେଇ ବୟାନ ଦେଇଥିଲେ ତାହାକୁ ନେଇ କ୍ରସ ଭୋଟିଂର ସମ୍ଭାବନା ଅଧିକ ବଢିଛି। ଏହା ମଧ୍ୟରେ ଚତୁର୍ଥ ଆସନ ପାଇଁ ସଂଖ୍ୟାଗଣିତରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଆଗରେ ଅଛନ୍ତି। ଏଥିରୁ ସ୍ପଷ୍ଟ ହେଉଛିଯେ, ଆଗକୁ ନିର୍ବାଚନରେ ତିନିଦଳ ମଧ୍ୟରେ ଜୋରଦାର ଲଢେଇ ହେବ। ରାଜ୍ୟସଭା ଆସନ ହାତେଇବା ପାଇଁ ମୁହାମୁହିଁ ହେବେ ଟିନିଦଳ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ