Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭,୧୫୭ ଗାଁକୁ ମିଳିବ ମୋବାଇଲ୍ ସେବା

ଭୁବନେଶ୍ଵର,୧୩।୩: ମୋବାଇଲ୍ ସଂଯୋଗ ବ୍ୟବସ୍ଥାକୁ ଶକ୍ତ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ୫,୧୮୨ଟି ନୂଆ ମୋବାଇଲ୍ ଟାୱାର ନିର୍ମାଣ କରାଯିବ, ଯାହା ଦ୍ୱାରା ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ ସୁବିଧା ବଢ଼ିବ । କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଭାରତ ନିଧି (DBN) ଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକରୀ ହେଉଛି । ଏହା ମାଧ୍ୟମରେ ରାଜ୍ୟର ୭,୧୫୭ଟି ଗାଁକୁ ମୋବାଇଲ୍ ସେବା ମିଳିବ । ଏନେଇ ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ଗ୍ରାମୀଣ ‌ମୋବାଇଲ୍‌ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଟେଲିକମ୍‌ କମ୍ପାନିଗୁଡ଼ିକୁ ୨୨୨୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିରୁ ୧୮୫୯.୯୫ କୋଟି ଟଙ୍କା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ଦିଆଯାଇଛି। ଏଥିରୁ ୪,୪୭୦ଟି ଟାୱାର ରାଜ୍ୟର ୧୩ଟି ଅନୁସୂଚିତ ଜିଲ୍ଲାରେ ନିର୍ମାଣ ହେବ, ଯାହା ଦ୍ୱାରା ଆଦିବାସୀ ଓ ପାହାଡ଼ିଆ ଅଞ୍ଚଳରେ ନେଟୱର୍କ ସୁବିଧା ଭଲ ହେବ । ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଇ-ଗଭର୍ନାନ୍ସ ଓ ଡିଜିଟାଲ୍ ସେବା ପାଇବା ଅଧିକ ସହଜ ହେବ ବୋଲି ସରକାର କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ