ଖୁବ ଶୀଘ୍ର ଦୂର ହେବ LPG ସମସ୍ୟା! ସମୁଦ୍ର ପଥରେ ଆସିବ ଗ୍ୟାସ
ନୂଆଦିଲ୍ଲୀ,୧୩।୩: LPG ସଂକଟ ଦୂର ହେବ। ଏନେଇ ଯୋଜନା କରୁଛନ୍ତି ସରକାର । ଭାରତ ଓ ଇରାନ ମଧ୍ୟରେ ଏବେ ହର୍ମୁଜ୍ (Hormuz) ସମୁଦ୍ର ପଥ ଦ୍ୱାରା LPG ଟ୍ୟାଙ୍କର ଯାତାୟାତ ନେଇ ଆଲୋଚନା ଚାଲିଛି । ମଧ୍ୟପୂର୍ବରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ଓ ଆକ୍ରମଣ ଯୋଗୁଁ ଏହି ମାର୍ଗ ଅସୁରକ୍ଷିତ ହୋଇପଡ଼ିଛି । ଏହି ପରିସ୍ଥିତିରେ ଭାରତ ସରକାର ଇରାନ ସହ କଥାବାର୍ତ୍ତା କରି ଆଠଟି LPG ଟ୍ୟାଙ୍କ ସହିତ ଭାରତୀୟ ଜାହାଜଗୁଡିକୁ ସୁରକ୍ଷିତ ଭାବରେ ପାର ହେବା ପାଇଁ ପଦକ୍ଷେପ ନେଉଛିନ୍ତି । ବିଦେଶ ମନ୍ତ୍ରୀ S. Jaishankar ଇରାନର ବିଦେଶମନ୍ତ୍ରୀ ସହ ଏନେଇ ଆଲୋଚନା କରିଥିବା ସୂଚନା ମିଳିଛି ।
ବର୍ତ୍ତମାନ କିଛି LPG ଟ୍ୟାଙ୍କ ସୁରକ୍ଷିତ ଭାବରେ ସେହି ସମୁଦ୍ର ପଥକୁ ପାର କରିଛନ୍ତି ବୋଲି ଖବର ମିଳିଛି । କିନ୍ତୁ ଏହି ପଥରେ ଯାଉଥିବା ସମସ୍ତ ଜାହାଜ ସୁରକ୍ଷିତ ଭାବରେ ପାର ହେବେ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ହର୍ମୁଜ୍ (Hormuz) ସମୁଦ୍ରପଥ ହେଉଛି ବିଶ୍ୱର ଏକ ମୁଖ୍ୟ ତେଲ ଯାତାୟାତ ମାର୍ଗ ଯାହା ଦ୍ୱାରା ଭାରତର ବହୁତ ତେଲ ଓ ଗ୍ୟାସ ଆମଦାନି ହୁଏ । ସେଥିପାଇଁ ଏହି ମାର୍ଗର ସୁରକ୍ଷା ନେଇ ଭାରତ ଚିନ୍ତିତ ରହିଛି ଓ ବିକଳ୍ପ ଉତ୍ସରୁ LPG ଆମଦାନି ବଢ଼ାଇବା ପାଇଁ ମଧ୍ୟ ପଦକ୍ଷେପ ନେଉଛି ।

