ବିଜେପି କାର୍ଯ୍ୟାଳୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ଵର,୧୪।୩: ଆସନ୍ତା ୧୬ରେ ରାଜ୍ୟସଭା ନିର୍ବାଚନ। ଏନେଇ ବିଜେପି ଦଳ ପକ୍ଷରୁ ବସିଛି ଜରୁରୀ ବୈଠକ। ଏସଆଇଆର ଏବଂ ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକଙ୍କୁ ଦିଆଯିବ ସ୍ଵତନ୍ତ୍ର ଟ୍ରେନିଂ। କିପରି ଭୋଟ ଦେବେ ବ୍ୟବସ୍ଥା ଉପରେ ଦିଆଯିବ ଟ୍ରେନିଂ । ଗୋଟେ ବି ଭୋଟ ଯେପରି ନାକଚ ନ ହୁଏ ସେନେଇ ହେବ ଆଲୋଚନା । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂହ ଏବଂ ସଭାପତି ମନ ମୋହନ ସାମଲଙ୍କ ସମେତ ସାଂସଦ ଏବଂ ମନ୍ତ୍ରୀ ମାନେ ଉପସ୍ଥିତ ରହିଛନ୍ତି। ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ଦିଆଯିବ ଟ୍ରେନିଂ।
ଅନ୍ୟପଟେ ବିଜେପି ପକ୍ଷରୁ ହ୍ବିପ ଜାରି କରାଯାଇ ନଥିଲେ ମଧ୍ୟ ସାଂସଦ ଏବଂ ମନ୍ତ୍ରୀ ମାନଙ୍କୁ ଅନ୍ୟତ୍ର ପଠାଇବାକୁ ଚିନ୍ତା କରିଛନ୍ତି। ମିଟିଂ ଶେଷ ହେବା ପରେ ହିଁ ସ୍ଵତନ୍ତ୍ର ବସ ଯୋଗେ ସାଂସଦ ଏବଂ ମନ୍ତ୍ରୀ ଯିବେ ପାରାଦ୍ଵୀପ। ନିର୍ବାଚନ ପର୍ଯ୍ୟନ୍ତ ରହିବେ ପାରାଦ୍ଵୀପରେ । ନିର୍ବାଚନ ଦିନ ଅର୍ଥାତ୍ ଆସନ୍ତା୧୬ରେ ଫେରିବେ ଭୁବନେଶ୍ଵର। ଗୃହରେ ହେବ ଭୋଟର ପ୍ରକ୍ରିୟା।
ଅପରପକ୍ଷରେ ନବୀନ ନିବାସରେ ରାଜ୍ୟସଭା ନିର୍ବାଚନ ପାଇଁ ବସୁଛି ବୈଠକ। କଂଗ୍ରେସ ମଧ୍ଯ ବିଜେଡ଼ି ପ୍ରାର୍ଥୀ ସମର୍ଥନରେ ହ୍ଵିପ୍ ଜାରି କରିଛି। ସେପଟେ କଂଗ୍ରେସର ୮ ନେତା ବେଙ୍ଗାଲୁରୁ ଅଭିମୁଖେ ଗସ୍ତ କରିଛନ୍ତି। ଏହି ଗସ୍ତକୁ ନେଇ କଂଗ୍ରେସର କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ। ଏଥିରୁ ସ୍ପଷ୍ଟ ହେଉଛିଯେ, ଏଥର ରାଜ୍ୟସଭା ନିର୍ବାଚନ ଲଢେଇ ଜୋରଦାର ହେବ। ବିଭିନ୍ନ ଦଳ ମଧ୍ୟରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି। ରୋଚକ ହେବ ରାଜ୍ୟସଭା ନିର୍ବାଚନ ଲଢେଇ। କଳ୍ପନା ଜଳ୍ପନା ଏବଂ ଯୋଜନା ମଧ୍ୟରେ ରାଜ୍ୟସଭାର ଚତୁର୍ଥ ସିଟ କାହା ହାତକୁ ଯିବ ତାହା ନେଇ ନିର୍ବାଚନ ଫଳାଫଳ ପରେ ହିଁ ଜଣା ପଡିବ।

