ଏଣିକି କେଦାରନାଥ -ବଦ୍ରୀନାଥ ମନ୍ଦିରକୁ କେବଳ ହିନ୍ଦୁଙ୍କ ପ୍ରବେଶ! ଏଫିଡେଭିଟ୍ ଦେଲେ ମିଳିବ ଅନ୍ୟ ଧର୍ମର ଭକ୍ତଙ୍କୁ ଦର୍ଶନ
ଉତ୍ତରାଖଣ୍ଡ,୧୮|୩ : ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଓ ବଦ୍ରିନାଥ ମନ୍ଦିରକୁ ନେଇ ଆସିଛି ଏକ ବଡ଼ ଖବର । ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ ସେ ଅନେକଥର କେଦାରନାଥ ଦର୍ଶନ କରିଛନ୍ତି କିନ୍ତୁ ବର୍ତ୍ତମାନର ନୂଆ ନିୟମ ଟିକେ ଆଘାତ ଦେଇଛି | ତଥାପି ତାଙ୍କର ହିନ୍ଦୁ ଧର୍ମ ପ୍ରତି ଅଗାଢ ବିଶ୍ୱାସ ଏବଂ ଭକ୍ତି ଭାବନା ରହିଛି | ମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି | ଯେଉଁଥିରେ ଉଲ୍ଲେଖ କରାଯାଇଛିଯେ, ଯେଉଁ ମାନେ ସନାତନ ଧର୍ମର ସେମାନେ ହିଁ କେବଳ ଦର୍ଶନ କରିପାରିବେ ଏବଂ ଯେଉଁ ମାନେ ସନାତନ ଧର୍ମର ନୁହନ୍ତି, ସେମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ଏକ ଏଫିଡେଭିଟ୍ (ଲିଖିତ ପ୍ରମାଣ) ଦେବାକୁ ପଡିବ, ଯେଉଁଥିରେ ସେମାନେ ସନାତନ ଧର୍ମ ଉପରେ ଆସ୍ଥା ରଖୁଥିବା କଥା କହିବେ। ଏହା ଉପରେ ଗୁରୁତ୍ୱାରୋପ କରି ବଦ୍ରି-କେଦାର ମନ୍ଦିର କମିଟିର ମୁଖ୍ୟ ହେମନ୍ତ ଦ୍ବିବେଦୀ କହିଛନ୍ତି ଯେ “ଯେଉଁ ମାନେ ସନାତନ ଧର୍ମରେ ଆସ୍ଥା ରଖିବେ ଏବଂ ଏଫିଡେଭିଟ୍ ଦେବେ, ସେମାନେ ହିଁ କେବଳ ଦର୍ଶନ କରିବାର ସୁଯୋଗ ପାଇବେ |”
ତେବେ ଏହି ନିଷ୍ପତ୍ତି ପୂର୍ବରୁ ମନ୍ଦିରଗୁଡ଼ିକୁ ସମସ୍ତ ଧର୍ମର ଲୋକ ଯାଇପାରୁଥିଲେ, ବିଶେଷକରି ସାରା ଅଲି ଖାନ ଭଳି ସେଲିବ୍ରିଟିମାନେ ବାରମ୍ବାର ଯାଉଥିଲେ । କିନ୍ତୁ ଏବେ ପବିତ୍ରତା ରକ୍ଷା କରିବା ପାଇଁ ନୂଆ ନିୟମ ଆଣାଯାଇଛି, ଯାହା ଦେଶର ୪୫ଟି ମନ୍ଦିରରେ ଲାଗୁ ହେବ । ଆସନ୍ତା ଚାର ଧାମ ୟାତ୍ରା ପୂର୍ବରୁ ଏହି ନିୟମଟି ଜାରି ହେବାରୁ ଏହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ବଢ଼ିଛି । ଚାର ଧାମ ୟାତ୍ରା ପୂର୍ବରୁ ଏମିତି ନିୟମ ଆଗକୁ କ’ଣ ପ୍ରଭାବ ପକାଇବ, ତାହା ପରେ ସମସ୍ତ ଙ୍କ ନଜର ରହିଛି ।

