ଏପ୍ରିଲ୍ ୧ ଠାରୁ ବଦଳିବ ଅଣ୍ଡା କିଣିବାର ନିୟମ!
ଏପ୍ରିଲ୍ ୧ ଠାରୁ ଏକ ଏମିତି ନୂଆ ନିୟମ ଆସୁଛି, ଯାହା ସୁଣି ଆପଣ ଆଶ୍ଚର୍ୟ ହେବେ । ଏବେ ବଜାରରୁ କିଣୁଥିବା ଅଣ୍ଡା ଆଉ ସାଧାରଣ ଅଣ୍ଡା ରହିବ ନାହିଁ! ପ୍ରତ୍ୟେକ ଅଣ୍ଡା ଉପରେ ରହିବ ତାର ପ୍ରସ୍ତୁତି ଓ ଶେଷ ତାରିଖ ! ଏହା ନ ଥିଲେ ସେହି ଅଣ୍ଡା ବିକ୍ରି କରିବାକୁ ମନା । ଉତ୍ତର ପ୍ରଦେଶ ସରକାର ଏହି ନୂଆ ନିୟମ ଆଣିଛନ୍ତି ।
ତେବେ କାହିଁକି ଏଭଳି ନିଷ୍ପତ୍ତି? ଅସଲି କଥା ହେଉଛି, ଦୀର୍ଘଦିନ ଧରି ପୁରୁଣା ଓ ଖରାପ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ଆସୁଥିଲା । ଏହି ନୂଆ ନିୟମ ଲାଗୁ ହେଲେ ଗ୍ରାହକ ନିଜେ ଦେଖି ପାରିବେ ଅଣ୍ଡା କେତେ ତାଜା ଓ କେଉଁ ପର୍ଯ୍ୟନ୍ତ ସୁରକ୍ଷିତ । ନିୟମ ଭଙ୍ଗ କଲେ ଅଣ୍ଡା କୁ ନଷ୍ଟ କରାଯିବ କିମ୍ବା “ମାନବ ଉପଯୋଗ ପାଇଁ ଅଯୋଗ୍ୟ” ଭାବେ ଚିହ୍ନିତ କରାଯିବ । ଏହି ପଦକ୍ଷେପ ଖାଦ୍ୟ ସୁରକ୍ଷା ଓ ଗ୍ରାହକ ସଚେତନତାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ।

