Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ଗଗନ ପବନ: ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ !

ବଲାଙ୍ଗୀର, ୨୧/୦୩: ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ସ୍ଥାନୀୟ ହଳଦି-ମୁରିବାହାଲ-ବଙ୍ଗୋମୁଣ୍ଡା ରାସ୍ତା ଟୁନ୍ ଟୁନୀ ମୁଣ୍ଡା ଛକ ନିକଟରେ ନବ ନିର୍ମିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ଏକ ଅଭୂତପୂର୍ବ ଶୋଭାଯାତ୍ରା ତଥା ଭବ୍ୟ କଳସ ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି। ଏନେଇ ଆଜି ସମଗ୍ର ମୁରିବାହାଲ ଘଣ୍ଟ ଘଣ୍ଟା ସହ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ଭକ୍ତଙ୍କ ମନରେ ଅପାର ଉତ୍ସାହ ଏବଂ ଶ୍ରଦ୍ଧା ଦେଖିବାକୁ ମିଳିବା ସହ ସ୍ଥାନୀୟ ପରିବେଶକୁ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ କରିଦେଇଥିଲା। ସଂଧ୍ୟାରେ କଳସ ଯାତ୍ରାରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶତାଧିକ ମହିଳା ଭକ୍ତିମୟ ପରିବେଶରେ ମଙ୍ଗଳ କଳସ ଧାରଣ କରି କଳସ ଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଖଜୁରୀ ବନ୍ଧ ନିକଟରେ ଶୋଭାଯାତ୍ରାରେ ପହଞ୍ଚିଥିଲେ । ସେଠାରୁ ସେମାନେ ୧୦୮ ଜଳପୂର୍ଣ୍ଣ କଳସ ଧରି ଏହି ନବନିର୍ମିତ ରାମ ମନ୍ଦିର ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏଥିସହ ନବନିର୍ମିତ ରାମ ମନ୍ଦିରରେ ଆୟାଜକ କମିଟି ପକ୍ଷରୁ ଆଜି ମଣ୍ଡପ ଶୁଦ୍ଧି ଏବଂ ଅଙ୍କୁରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ଶୁଭାରମ୍ଭ ସଦୃଶ ହୋଇଥିବାବେଳେ, ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ସବର ମାହୋଲ ଖେଳିଯାଇଛି। ତେବେ ଏହି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା ରବିବାର ମନ୍ଦିରର ପ୍ରାଣ ପ୍ରତିଷ୍ଠା, ସୋମବାର ଦିନ ରତ୍ନମୁଦ ଏବଂ କୁମ୍ଭ ଭରଣ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ମଙ୍ଗଳବାର ଦିନ ଷୋହଳ ପ୍ରହରୀ ନାମ ଯଜ୍ଞର ଅଧିବାସ ଏବଂ ବୁଧବାର ଦିନ ନାମାରମ୍ଭ , ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ସହ ଭଗବାନ୍ ଶ୍ରୀରାମଙ୍କ ମନ୍ଦିର ପ୍ରବେଶ କାର୍ଯକ୍ରମ ଅନୁଷ୍ଠିତ ହେବ । ତେବେ ଆସନ୍ତା ଶୁକ୍ରବାର ଏହି ନାମଯଜ୍ଞର ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories